spot_img

Latest Posts

୯ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଏହି କମେଡିୟାନ୍…ଜାଣନ୍ତୁ ଉଭୟଙ୍କ ଲଭ୍ ଷ୍ଟୋରୀ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କମେଡିଆନ୍ ରାଜପାଲ ଯାଦବଙ୍କର ଆଜି ଜନ୍ମଦିନ । ସମସ୍ତଙ୍କ ମନ ଜିତିଥିବା ତାରକା ରାଜପାଲ ଯାଦବ ଏବେ ଫିଲ୍ମ ଲାଇମଲାଇଟ୍ ଠାରୁ ଦୂରେଇ ଅଛନ୍ତି ସତ ହେଲେ ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ଅଛନ୍ତି । ଏବେ ବି ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ଯିଏ ପରଦାରେ ତାଙ୍କ କମ୍ ବ୍ୟାକ୍ ର ଅପେକ୍ଷା କରିଛନ୍ତି । ଆଜି ରାଜପାଲ ଯାଦବ ନିଜର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଜନ୍ମଦିନରେ ତାଙ୍କ ପ୍ରେମ କାହାଣୀ ବିଷୟରେ କିଛି ବିଶେଷ ଖବର ବିଷୟରେ ଜାଣନ୍ତୁ ।

ରାଜପାଲ ଯାଦବ ୧୬ ବର୍ଷ ପୂର୍ବେ ରାଧା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ରାଧା ରାଜପାଲ ଯାଦବଙ୍କ ଦ୍ୱିତୀୟ ପତ୍ନୀ । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ କରୁଣା ଥିଲା ।  ଯେତେବେଳେ କରୁଣା ତାଙ୍କ ପ୍ରଥମ ଝିଅ ଜ୍ୟୋତିଙ୍କୁ ଜନ୍ମ ଦେଇଥିଲେ ସେତେବେଳେ କରୁଣାଙ୍କର ମୃତ୍ୟୁ ହୋଇଥିଲା । ରାଜପାଲ ଯାଦବ ୨୦୦୩ ମସିହାରେ ରାଧାଙ୍କୁ ବିବାହ କରିଥିଲେ। ରାଜପାଲ ଯାଦବ ନିଜେ ତାଙ୍କ ପ୍ରେମ କାହାଣୀ ବିଷୟରେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ତାଙ୍କ ପତ୍ନୀ ରାଧା ତାଙ୍କଠୁ ୯ ବର୍ଷ ସାନ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା । ରାଜପାଲ ଏବଂ ରାଧା କାନାଡାରେ ପରସ୍ପରଙ୍କ ସହ ଦେଖା ହୋଇଥିଲେ।

କାନାଡାରୁ ଫେରିବା ପରେ ଦୁହେଁ ରିଲୋସନଶିପ୍ ରେ ଥିଲେ। ୧୦ ମାସ ପରେ ରାଧା କାନାଡା ଛାଡି ଭାରତ ଆସିବାକୁ ସ୍ଥିର କଲେ। ରାଧା ରାଜପାଲଙ୍କ ପାଇଁ ଏହି ନିଷ୍ପତ୍ତି ନେଇଥିଲେ। ବଲିଉଡ ତଥା ହାସ୍ୟ ଅଭିନେତା ରାଜପାଲ ଯାଦବ ଦୀର୍ଘ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ। ରାଜପାଲ ଯାଦବଙ୍କ ଶେଷ ହିଟ୍ ଫିଲ୍ମ ଥିଲା ଜୁଡୱା ୨। ଏହା ପରେ ମଧ୍ୟ ତାଙ୍କର କିଛି ଚଳଚ୍ଚିତ୍ର ରିଲିଜ ହୋଇଥିଲା ହେଲେ ସବୁ ଫ୍ଲପ୍ ହୋଇଥିଲା । ତଥାପି ରାଜପାଲଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

 

Latest Posts

Don't Miss