ନନ୍ଦିଘୋଷ ବ୍ୟୁରୋ : ଜନ୍ମଦିନ ରିଲ୍ସ କରି ଗୁଣ୍ଡା ହେବା ପଡିଲା ମହଙ୍ଗା l ଭାଇରଲ ପରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ଥାନା ସାନ କେରଜାଙ୍ଗ ଅଞ୍ଚଳରେ l ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଗୁଣ୍ଡା ଷ୍ଟାଇଲ୍ରେ ୧୮ ସେକେଣ୍ଡର ଭିଡିଓ ସୁଟ କରି ଭାଇରାଲ କରିଥିଲେ l ପୋଲିସ ଜାଣିବା ପରେ ଘଟଣାକୁ ଗୁରୁତର ସହିତ ନେଇ ସାନ କେରଜାଙ୍ଗ ଗ୍ରାମର ତିନି ଯୁବକ ସୁଶାନ୍ତ ନାୟକ, ରୋହନ ନାୟକ, ସୁଧାଂଶୁ ନାୟକ ଗିରଫ କରି କୋର୍ଟ ଚାଲାଣ କରିଛି l ସାନକେରଜେଙ୍ଗ–ବଡକେରଜେଙ୍ଗ ଗ୍ରାମ ମୁଖ୍ୟ ରାସ୍ତା ପାଖରେ ଥିବା ସୁନାକେରଜେଙ୍ଗ କ୍ରିକେଟ ପଡ଼ିଆରେ କିଛି ଯୁବକ ଲମ୍ବା ଖଣ୍ଡା ଓ ଭୁଜାଲି ଦେଖାଇ କେକ୍ କାଟି ସୁଧାଂଶୁ ନାୟକ ଓ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରୁଥିଲେ । ଏହା ପରେ ସେମାନେ ଜନଗହଳି ସ୍ଥାନରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଥିଲେ। ରୋହିତ ନାୟକ ଓ ମନ୍ମଥ ନାୟକ ଖଣ୍ଡା ଧରିଥିବା ବେଳେ, ରୋହନ ନାୟକ ଧମକମୂଳକ ଡାଇଲଗ ଦେଉଥିଲେ । ଏହାକୁ ରେକର୍ଡ କରି ଇନଷ୍ଟଗ୍ରାମ ଆଇଡିରେ ଅପଲୋଡ କରିଥିଲେ । ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଅସ୍ତ୍ର ଓ ଭିଡିଓ କରିଥିବା ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରି ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

