ଜେଲ୍ ଭିତରେ ବାର୍ଥ ଡେ’, କଟା ହେଲା କେକ୍, ମଦ ସହ ଖାଇଲେ ଚିକେନ୍ ପକୋଡା

ଲୁଧିଆନା: ଜେଲ୍ ଭିତରେ ଜମିଲା ବାର୍ଥ ଡେ’ ପାର୍ଟି । କଟା ହେଲା କେକ୍, ଜମିଲା ମଦ ମାଂସର ଆସର । କଏଦୀମାନେ ମିଶିକି କଲେ ପକୋଡ଼ା ପାର୍ଟି । ଏବେ ଭାଇରାଲ ହେଉଛି ଭିଡିଓ । ଆଉ ଭିଡିଓ ଭାଇରାଲ ପରେ ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି ।

ପଞ୍ଜାବ ଲୁଧିଆନାର ସେଣ୍ଟ୍ରାଲ ଜେଲ ଭିତରେ ବିଚାରଧୀନ ଥିବା କଏଦୀଙ୍କ ଜନ୍ମଦିନ ପାଳନ ହୋଇଛି । ଗତ ଗୁରୁବାର ଦିନ ଜେଲ ଭିତର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ କଏଦୀମାନେ ହାତରେ ମଦ ଗ୍ଲାସ୍ ଧରି ଚିକେନ୍ ପକୋଡା ଖାଉଥିବାର ଦୃଶ୍ୟ ଦେଖାଯାଉଛି । କେବଳ ସେତିକି ନୁହେଁ ଆଜି ମଣି ଭାଇଙ୍କ ଜନ୍ମଦିନ ବୋଲି ଗୀତ ବି ଗାଉଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।