ବିର୍ସାମୁଣ୍ଡା ହକି ଷ୍ଟାଡିୟମର ପ୍ରଶଂସା କଲେ ଅନ୍ତର୍ଜାତୀୟ ହକି କୋଚ

ରାଉରକେଲା: କଳିଙ୍ଗ ପରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଅତି ଉଚ୍ଚଶ୍ରେଣୀର ଷ୍ଟାଡିୟମ। ଓଡ଼ିଶାର ଆଗାମୀ କେତେ ପିଢି ଏହାକୁ ଦେଖି ଗର୍ବ କରିବେ ନିଶ୍ଚୟ। ବିର୍ସାମୁଣ୍ଡା ଷ୍ଟାଡିୟମର ପ୍ରଶଂସା କରିଛନ୍ତି ବିଦେଶୀ।  ବିର୍ସା ମୁଣ୍ଡାରେ ଖେଳାଳି ଓ ଦର୍ଶକଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି ତାହା ଅତୁଳନୀୟ।

ଏପରି ବ୍ୟବସ୍ଥା କୌଣସି ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ନାହିଁ। ଏଠାକାର ଷ୍ଟାଡିୟମରେ ନିର୍ମିତ ଚେଞ୍ଜିଂ ରୁମକୁ ଟୋକିଓ ଅଲିମ୍ପିକରେ କପି କରାଯାଇଛି । ଏଥିରୁ ବୁଝିବା ଦରକାର ଓଡ଼ିଶାର ଭିତ୍ତିଭୂମି କେତେ ଶକ୍ତିଶାଳୀ ଓ ପ୍ରେରଣାଦାୟୀ। ଏପରି ପ୍ରଶଂସାରେ ପୋତି ପକାଇଛନ୍ତି ଅନ୍ତର୍ଜାତୀୟ ହକି କୋଚ ସିଜଫ୍ରେଡ ଐକମ୍ୟାନ । ଐକମ୍ୟାନ ଏଠାକୁ ୧୯୯୯ ମସିହାରୁ ୬ ଥର ଆସିଲେଣି । ସବୁଥର ସେ କ୍ରୀଡାରେ ଅନେକ ବିକାଶ ଦେଖିଥାନ୍ତି ବୋଲି କହିଛନ୍ତି । ଏଥର ବିର୍ସା ମୁଣ୍ଡା କିନ୍ତୁ ମନ ମୋହିନେଲା ବୋଲି କହିଛନ୍ତି ଐକମ୍ୟାନ । ହକିକୁ ଓଡ଼ିଶା ବହୁତ କିଛି ଦେଇଥିବାବେଳେ ଓଡ଼ିଶା ମଧ୍ୟ ହକିଠାରୁ ବହୁତ କିଛି ପାଇଛି ବୋଲି କହିଛନ୍ତି ଐକମ୍ୟାନ ।