spot_img

Latest Posts

ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଗିନିଜ ବୁକ୍ ଅଫ ଓ୍ବାର୍ଲ୍ଡ ରେକର୍ଡସ୍

ଭୁବନେଶ୍ବର: ବିଶ୍ବର ସବୁଠାରୁ ଅଧିକ ସିଟ ଥିବା ବଡ଼ ହକି ଷ୍ଟାଡିୟମ୍ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଡଲ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ । ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ । ଭାରତର କ୍ରୀଡା ଇତିହାସରେ ବିର୍ସାମୁଣ୍ଡା ଲେଖିଲା ସ୍ବର୍ଣ୍ଣିମ ଅଧ୍ୟାୟ ।

ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମର ଅଫିସିଆଲ୍ ମାନ୍ୟତା ପାଇଛି । ଏହି ଖୁସି ଖବରକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆ । ଏହାସହ ଏହି ସମୟର ବିରଳ ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି । ଖବର ଶୁଣି ବେଶ୍ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସମସ୍ତଙ୍କର ପ୍ରୟାସ, ସହଭାଗୀତା ଓ ଏକ ହୋଇ କାମ କରିବା ଫଳରେ ଓଡିଶାକୁ ସଫଳତା ମିଳିଛି । ମାତ୍ର 15 ମାସରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରିବା ଏକ ମିରାକିଲ୍ । ମାତ୍ର ଓଡ଼ିଶାର ନିଷ୍ଠାପର ଉଦ୍ୟମ ଏହାକୁ ବାସ୍ତବ ରୂପ ଦେଇଛି ।’

ପୂର୍ବରୁ FIH ସଭାପତି ତୟାବ ଇକ୍ରମ ମଧ୍ୟ ବିର୍ସାମୁଣ୍ଡା ଷ୍ଟାଡିୟମକୁ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ବୋଲି କହିଥିଲେ । ସେ କହିଥିଲେ ‘ବିର୍ସାମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ । ସେଠାରେ ୨୧ ହଜାର ୮୦୦ ଦର୍ଶକଙ୍କ ବସିବା ସୁବିଧା ରହିଛି । ରାଜ୍ୟ ସରକାର ବିଶ୍ବସ୍ତରୀୟ ବ୍ୟବସ୍ଥା କରିଛନ୍ତି । ଷ୍ଟାଡିୟମରେ ସବୁ ବର୍ଗର ଲୋକଙ୍କ ପାଇଁ ସୁବିଧା ରହିଛି । ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଷ୍ଟାଡିୟମକୁ ଆରାମରେ ଯାଇ ଖେଳ ଦେଖିପାରିବ ।’ FIH ସଭାପତିଙ୍କ ମନ୍ତବ୍ୟ ଆଉ ଏବେ  ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଫିସିଆଲ ମାନ୍ୟତା ଓଡ଼ିଶା ପାଇଁ ଗର୍ବ ନେଇ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ଫାଇଭ ଟି ସଚିବ ।

Latest Posts

Don't Miss