ଭୁଲରେ ଭାରତ ସୀମା ଡେଇଁ ପାକିସ୍ତାନ ପଳାଇଥିଲେ, ୨୦ ବର୍ଷ ପରେ ଫେରିଲେ

ରାଉରକେଲା: ଗାଁରେ ପହଞ୍ଚିଲେ ବିର୍ଜୁ କୁଲୁ । ପାକିସ୍ତାନରେ ୨୦ବର୍ଷ ଜେଲଦଣ୍ଡ କାଟିବା ପରେ ଆଜି ନିଜ ଗାଁ ସୁନ୍ଦରଗଡ କୁତ୍ରା ଜଙ୍ଗରପଡ଼ାରେ ପହଞ୍ଚିଛନ୍ତି ବିରଜୁ । ପ୍ରଶାସନର ସ୍ୱତନ୍ତ୍ର ଟିମ ଅମୃତସରରୁ ବିର୍ଜୁଙ୍କୁ ନେଇ ଫେରିଛି । ବିର୍ଜୁ ଫେରିବା ବେଳେ କୁତ୍ରା ଛକରେ ଵିରଜୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁତ୍ରା ବିଡ଼ିଓ, ବ୍ଲକ ଅଧ୍ୟଷାଙ୍କ ସହ ସ୍ଥାନୀୟ ବାସିନ୍ଦା ସମ୍ବର୍ଦ୍ଧନା ଜଣାଇଛନ୍ତି ।  ପରେ ବିର୍ଜୁଙ୍କୁ ଶୋଭାଯାତ୍ରାରେ ଜଙ୍ଗରପଡା ଗାଁକୁ ନିଆଯାଇଛି ।

ସୂଚନା ଅନୁସାରେ ଜଙ୍ଗରପଡା ଗାଁର ବିର୍ଜୁ କୁଲୁ ୨୫ଵର୍ଷ ତଳେ ଘରୁ କେଉଁ ଆଡେ ପଳାଇ ଯାଇଥିଲେ । ଏବଂ ପରେ ସେ ଦୁର୍ଭାଗ୍ୟବଶତଃ ଭାରତ ସୀମା ଡେଇଁ ପାକିସ୍ତାନ ଭିତରକୁ ଚାଲିଯାଇଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ପାକିସ୍ତାନୀ ଯବାନ କଏଦ କରିଥିଲେ । ସେଠାରେ ଦୀର୍ଘ ୨୦ବର୍ଷ ଜେଲରେ ସଜା କାଟିବା ପରେ ଭାରତ ଫେରିଛନ୍ତି ବିର୍ଜୁ । ଏହାପରେ ମାଟିର ପୁଅ ଗାଁକୁ ଫେରିବା ଖୁସି ସ୍ୱାଗତ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।

କୁତ୍ରା ମଙ୍ଗଳ ସମ୍ପ୍ରାସାରଣ ଅଧିକାରୀଙ୍କ ସହ ଦୁଇଜଣ ଡ୍ରାଇଭର ବିର୍ଜୁଙ୍କୁ ଆଣିବାକୁ ଯାଇଥିଲେ । ତେବେ ଵିର୍ଜୁ ନିଜ ଗାଁକୁ ଫେରିବା ପରେ ସମସ୍ତ ସରକାରୀ ସାହାଯ୍ୟ, ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ସହ , ଆଧାରକାର୍ଡ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Leave a Reply