ଅବସର ପରେ ହକି ଫେଡେରେସନର ଡାକରା, ଟିମ୍ ଇଣ୍ଡିଆକୁ ଫେରିଲେ ବୀରେନ୍ଦ୍ର ଲାକ୍ରା

Birendra Lakra Returns Hockey India After Retirement

ଭୁବନେଶ୍ୱର: ଭାରତୀୟ ହକି ଇତିହାସରେ ପ୍ରଥମ । ଅବସର ପରେ ହକି ଫେଡେରେସନର ଡାକରା ପାଇ ପୁଣି ଥରେ ଟିମ୍ ଇଣ୍ଡିଆ ସହ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଅଲିମ୍ପିକ ପଦକ ବିଜେତା ତଥା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ପୁଣି ଦର୍ଶକ ଦେଖିବେ ବୀରେନ୍ଦ୍ରଙ୍କ ହକି ଷ୍ଟିକର ଯାଦୁ । ଆଗକୁ ଏସିଆନ୍ ହକି ଚାମ୍ପିଅନସିପ୍ ଅଛି । ତେଣୁ ଜାତୀୟ କ୍ୟାମ୍ପରେ ରହି ଜୋରଦାର ଅଭ୍ୟାସ କରୁଛନ୍ତି ବୀରେନ୍ଦ୍ର । ଦେଶ ପାଇଁ ପୁଣିଥରେ ଖେଳିବାକୁ ସୁଯୋଗ ପାଇଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଖେଳରେ ସର୍ବାଧିକ ଫୋକସ୍ କରିବେ ବୋଲି କହିଛନ୍ତି ।

 Birendra Lakra Returns Hockey India After Retirement

ହକି ଇଣ୍ଡିଆକୁ ଫେରିଲେ ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା । ଅବସର ପରେ ହକି ଫେଡେରେସନର ଡାକରା ପାଇ ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ବୀରେନ୍ଦ୍ର । ତାଙ୍କ ସହ ରୂପିନ୍ଦର ପାଲସିଂହ, ବିଏସ୍ ସୁନୀଲ ମଧ୍ୟ ଅବସର ପରେ ଦଳକୁ ଫେରିଛନ୍ତି । ଆଗକୁ ହକିର ବଡ଼ ବଡ଼ ଚାମ୍ପିଅନସିପ୍ ଅଛି । ତେଣୁ ଟିମକୁ ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ ।

 Birendra Lakra Returns Hockey India After Retirement

ସେପ୍ଟେମ୍ବରରେ ଅବସର ନେଇଥିଲେ ବୀରେନ୍ଦ୍ର ଲାକ୍ରା । ଏବେ ଫେରିବା ପରେ ଏସିଆନ୍ ହକି ଚାମ୍ପିଅନସିପ୍ ପାଇଁ ଭାରତୀୟ ଜାତୀୟ କ୍ୟାମ୍ପରେ ରହି ଅଭ୍ୟାସ କରୁଛନ୍ତି । ଦେଶ ପାଇଁ ପୁଣିଥରେ ଖେଳିବାକୁ ସୁଯୋଗ ପାଇଥିବାରୁ ଏହାକୁ ସ୍ମରଣୀୟ କରି ଖେଳରେ ସର୍ବାଧିକ ଫୋକସ କରିବେ ବୋଲି କହିଛନ୍ତି ବୀରେନ୍ଦ୍ର । ଅବସର ପରେ ଦେଶ ପାଇଁ ଖେଳିବାକୁ ପୁଣି ଥରେ ସୁଯୋଗ ମିଳିବା ଇଣ୍ଡିଆନ୍ ହକି ପାଇଁ ପ୍ରଥମ ଘଟଣା । ଦଳରେ ପୁଣିଥରେ ଅଭିଜ୍ଞ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଭାରତୀୟ ହକିରେ ପୁଣି ନୂଆ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି କ୍ରୀଡ଼ା ସମୀକ୍ଷକ ।

Birendra Lakra Returns Hockey India After Retirement

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଇତିହାସ ରଚିଥିଲା ଭାରତୀୟ ହକି ଟିମ୍ । ସେତେବେଳେ ଭାରତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଉଥିଲେ ବୀରେନ୍ଦ୍ର । ତେବେ ଫିଜିକାଲି ଫିଟ୍ ଥିବାରୁ ତାଙ୍କୁ ପୁଣିଥରେ ମିଳିଛି ସୁଯୋଗ ।