କୋଇଡ଼ାରେ କାଉ ଓ କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଆଶଙ୍କା

1 min read

ବଣାଇ: ରାଜଧାନୀ ପରେ ସୁନ୍ଦରଗଡ଼ରେ ବାର୍ଡ-ଫ୍ଲୁ ଭୟ । କୋଇଡ଼ାରେ କାଉ ଓ କୁକୁଡ଼ା ମଡ଼କ ପରେ ବଢ଼ିଲା ଚିନ୍ତା । ରବିବାର ସକାଳୁ କୋଇଡ଼ା ବ୍ଲକର ବିଭିନ୍ନ ସ୍ଥାନରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା । ତେବେ ଏହା ପଛରେ ବାର୍ଡ-ଫ୍ଲୁ ହିଁ କାରଣ ନା ନୁହେଁ, ତାହା ପରୀକ୍ଷା ପରେ ସ୍ପଷ୍ଟ ହେବ । କୋଇଡ଼ା ପ୍ରାଣୀ ଚିକିତ୍ସାଳୟର ଦୁଇ ଜଣିଆ ଟିମ ମୃତ ପକ୍ଷୀଙ୍କ ରକ୍ତ ନମୂନା ସଂଗ୍ରହ କରିଛି ।କୋଇଡ଼ା ମୁଖ୍ୟ ବଜାରରେ ଥିବା କୁକୁଡ଼ା ବଜାରର ୫ଟି ଦୋକାନରୁ ରକ୍ତ ନମୂନା ସଂଗ୍ରହ କରାଯାଇଛି । ଯାହାକୁ ପରୀକ୍ଷା ପାଇଁ କଟକ ପଠାଯାଇଛି । କୋଇଡ଼ା ଥାନା, ନ୍ୟୁଗାର୍ଡେନ କଲୋନୀ ଓ ଧୁବଲାବେଢ଼ା ସହ ବିଭିନ୍ନ ଅଞ୍ଚଳରେ ଏଭଳି ମଢ଼କକୁ ନେଇ ଚର୍ଚ୍ଚା ଓ ଆତଙ୍କ । ଯାହାର ପ୍ରଭାବ କୁକୁଡ଼ା ବ୍ୟବସାୟ ଉପରେ ପଡ଼ିଛି ।

 

Leave a Reply