ପକ୍ଷୀ ଗଣନା ପାଇଁ ଯାଇଥିଲେ, ହାତୀପଲ ହାବୁଡ଼ରେ ପଡ଼ିଲେ

Elephant Group

ଟାଙ୍ଗୀ: ଚିଲିକାରେ ପକ୍ଷୀ ଗଣନା କରିବାକୁ ଯାଇଥିଲେ, ହାତୀ ପଲ ହାବୁଡ଼ରେ ପଡ଼ିଲେ । ଟାଙ୍ଗୀ ବନାଞ୍ଚଳ ବାଲିପାଟପୁର ଅଞ୍ଚଳରେ ୧୩ ଟିକିଆ ହାତୀ ପଲ ଦେଖିବାକୁ ମିଳିଥିଲା । ହାତୀ ଦେଖି ପକ୍ଷୀ ଗଣନାରେ ସାମିଲ ଥିବା ସବୁ ସଦସ୍ୟ ଭୟଭୀତ ହୋଇଯାଇଥିଲେ । ସେଠାରୁ କିଭଳି ଜୀବନ ବଞ୍ଚାଇ ବାହାରିବେ ସେନେଇ ଚିନ୍ତାରେ ପଡ଼ିଯାଇଥିଲେ ।

ଗତ ରାତିରୁ ଭୂଷଣ୍ଡପୁର ଦେଇ ହାତୀ ପଲ ଚିଲିକା ଆର୍ଦ୍ର ଭୁମି ଭିତରେ ପଶିଥିଲେ । ମଙ୍ଗଳବାର ସକାଳୁ ବାଲିପାଟପୁର ଘାଟରୁ ଟିମ୍‌ ଲିଡର ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ଏକ ହାତୀ ପଲକୁ ଦେଖିଥିଲେ ।

ଏହି ଟିମ୍‌ରେ ଭୂଷଣ୍ଡପୁର ଫରେଷ୍ଟର ରାଧାକାନ୍ତ ହୋତା ଏବଂ ୱାର୍ଲ୍ଡ ୱାଇଲ୍ଡ ଫଣ୍ଡର ବୈଜ୍ଞାନିକ ସାଧ୍ଵୀ ସିନ୍ଦୁରାଙ୍କ ସହିତ ଗାଇଡ୍‌ ରାମହରି ବେହେରା ଓ ଗଣେଶ ବେହେରା ସାମିଲ ଥିଲେ । ହାତୀ ମାନଙ୍କ ଗତିବିଧି ନିରୀକ୍ଷଣ କରି ଚିଲିକା ବନଖଣ୍ଡ କର୍ମଚାରୀଙ୍କୁ ଅବଗତ କରାଇଥିଲେ ଟିମ୍ । ହାତୀ ପଲରେ ଛୋଟ ହାତୀ ସହ ୩ଟି ଦନ୍ତା ହାତୀ ଥିଲେ । ତେବେ ହାତୀ ଛୁଆଟି କାଦୁଅରେ ଫସି ଯାଇଥିଲା ଓ ଯାହାକୁ ଉଠେଇବା ପାଇଁ ହାତୀ ପଲ ସେହି ଜାଗାରେ ରୁଣ୍ଡ ହୋଇଥିଲେ । ଏନେଇ ଲଳିତ ସୂଚନା ଦେଇଛନ୍ତି । କିଛି ସମୟ ପରେ ଛୁଆଟିକୁ ଉଦ୍ଧାର କରିବା ପରେ ହାତୀ ପଲ ସେଠାରୁ ଚାଲିଯାଇଥିଲେ ।

Leave a Reply