ଭିତରକନିକାରେ ପକ୍ଷୀ ଗଣୁଛନ୍ତି ୧୭ ଟିମ୍

ପଟ୍ଟାମୁଣ୍ଡାଇ: ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ। ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ। ରାଜନଗର, କନିକା, ଗହୀରମଥା , ମହାକାଳପଡ଼ା ଓ କୁଜଙ୍ଗର ୫ ଟି ରେଞ୍ଜରେ ହେବ ପକ୍ଷୀ ଗଣନା ।