ଆଜି ଚିଲିକାରେ ଆରମ୍ଭ ପକ୍ଷୀ ଗଣନା, ୨୧ଟି ଟିମ୍‌ ନିୟୋଜିତ

ଖୋର୍ଦ୍ଧା: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା  । ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ହେବ ପକ୍ଷୀ ଗଣନା ।୨୧ ଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି । ସେଥିରୁ ୧୧ଟି ଟିମ ଟାଙ୍ଗୀ ରେଞ୍ଜ ରେ ଗଣନା କାର୍ଯ୍ୟ ରେ ସାମିଲ ହୋଇଛନ୍ତି ।

ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ରହିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର ବ୍ୟବହାର କରାଯିବ।
ଏହି ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହୋଇଛନ୍ତି  ।