ବୀରଭୂମି ହିଂସାରେ ତଦନ୍ତ କରିବ CBI, ହାଇକୋର୍ଟ କହିଲେ ପଶ୍ଚିମବଙ୍ଗ ପୋଲିସ କରିପାରିବ ନାହିଁ ତଦନ୍ତ

1 min read

କୋଲକାତା:ପଶ୍ଚିମବଙ୍ଗ ବୀରଭୂମିରେ ହୋଇଥିବା ରାଜନୈତିକ ହିଂସାର ତଦନ୍ତ କରିବ ସିବିଆଇ । କୋଲକାତା ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛି । ଏହି ମାମଲାର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ସରକାର SIT ଗଠନ କରିଥିଲେ କିନ୍ତୁ ହାଇକୋର୍ଟ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି । ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ସମୟରେ କହିଥିଲେ କି ଏହି ଘଟଣାର ପ୍ରମାଣ ଓ ପ୍ରଭାବ ଦର୍ଶାଉଛି ଯେ ରାଜ୍ୟ ପୋଲିସ ଏହାର ତଦନ୍ତ କରିପାରିବ ନାହିଁ । ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କି ଆସନ୍ତା ଏପ୍ରିଲ ୭ ମଧ୍ୟରେ ଏହି ମାମଲାର ପ୍ରୋଗ୍ରେସ ରିପୋର୍ଟ ଦାଖଲ କରିବେ । ପୂର୍ବରୁ ପଶ୍ଚିମବଙ୍ଗ ପୋଲିସ ୨୦ଜଣଙ୍କୁ ଗିରଫ କରିଛି । ବୀରଭୂମ ହିଂସା ସମ୍ପର୍କିତ ସମସ୍ତ ତଦନ୍ତ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିବାକୁ SITକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ରାମପୁରହାଟରେ ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟା ପରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ନିଆଁରେ ଜଳି ୨ ଶିଶୁଙ୍କ ସମେତ ୮ ଲୋକଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୩ ଜଣ ମହିଳା ମଧ୍ୟ ସାମିଲ ଥିଲେ । ତେବେ ଏହି ମାମଲାରେ ଏଯାବତ ପୋଲିସ ୨୦ ଜଣଙ୍କୁ ଗିରଫ କରିସାରିଛି ।