କାର୍ଯ୍ୟକ୍ଷମ ହେଲା ବିରାଶାଳ ଏୟାରଷ୍ଟ୍ରିପ, ଉଡ଼ାଣ ଭରିଲା ୪ ପାଇଲଟ ପ୍ରଶିକ୍ଷଣ ବିମାନ

1 min read

ଢେଙ୍କାନାଳ: ଭୁବନେଶ୍ୱର ପରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାଶାଳରେ ଗଢି ଉଠିଛି ରାଜ୍ୟର ଦ୍ୱିତୀୟ ମୁଖ୍ୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର । ଆଜି ତାହା କାଯ୍ୟକ୍ଷମ ହୋଇଛି । ଉଡାଣ ଭରିଲା ଭାରତର ୪ ଲାଟେଷ୍ଟ ମଡେଲର ଏୟାରକ୍ରାଫ୍ଟ । ଆଉ ପ୍ରଶିକ୍ଷଣ ନେଲେ ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀ । ଅନୁକୂଳ ପରିବେଶ ଓ ଜଳବାୟୁ ସାଙ୍ଗକୁ ଫ୍ରି-ଏୟାର ଟ୍ରାଫିକର ମଜା ଉଠାଇଲେ ଟ୍ରେନି ପାଇଲଟ ।

 

୫୭ ଏକର ଜାଗା ପରିମିତ ଅଞ୍ଚଳରେ ରହିଛି ୧୨ ଶହ ମିଟରର ରନୱେ ।  ପ୍ରାୟ ୯ କୋଟିରୁ ଉଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ସୁଦୀର୍ଘ ରନୱେ । ଗଭରମେଣ୍ଟ ଏଭିଏସନ ଟ୍ରେନିଂ ଇନଷ୍ଟିଚ୍ୟୁଟ ବା ‘ଗତି’ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଅତୁଳନୀୟ । ୧୯୪୬ ରୁ ୧୯୭୧ ମସିହା ପର୍ଯ୍ୟନ୍ତ ଏହି ଏୟାର ଫିଲଡ଼ ଫ୍ଲାଇଙ୍ଗ ବ୍ଳକ ଅଧିନରେ ରହିଥିଲା । ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୨ ମସିହାରେ ଏହି ଏୟାର ଫିଲଡ଼ରେ ପ୍ରଥମ ଥର ପାଇଁ ବିମାନ ଯୋଗେ ଅବତରଣ କରିଥିଲେ । ତେବେ ତାଙ୍କର ସ୍ୱପ୍ନ ଥିଲା ଏହାକୁ ଏକ ବିମାନବନ୍ଦରରେ ପରିଣତ କରିବା । ଯାହା ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହଯୋଗରେ ସଫଳର ଶୀର୍ଷରେ ପହଞ୍ଚି ପାରିଛି ।

୧୯୭୪ ମସିହାରେ ଓଡିଶା ସରକାର ଏହାକୁ ଟେକ- ଅପ କରିଥିଲା । ‘ଗତି’ର ଏହି  ବିମାନ ପ୍ରଶିକ୍ଷଣ କେନ୍ଦ୍ର ରାଜ୍ୟ ତଥା ରାଜ୍ୟ ବାହାରର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଇଲଟ ପ୍ରଶିକ୍ଷଣ ନେବାର ଏକ ପ୍ରେରଣା ଯୋଗାଇ ପାରିଛି । ପ୍ରଥମ ବ୍ୟାଚରେ ୧୫ ଜଣ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ନେଇଥିବା ବେଳେ ଦ୍ୱିତୀୟ ବ୍ୟାଚରେ ୨୧ ଜଣ ଛାତ୍ରଛାତ୍ରୀ ୪ଦିନ ବ୍ୟାପି ପ୍ରଶିକ୍ଷଣ ନେଉଛନ୍ତି । ବିରାଶାଳର ପରିବେଶ ଓ ଜଳବାୟୁ ଭୁବନେଶ୍ୱର ଅପେକ୍ଷା ଭଲଥିବା କହିଛନ୍ତି ଟ୍ରେନି ପାଇଲଟ ।

ରାଜ୍ୟରେ ‘ଗତି’ର ଭୁବନେଶ୍ୱର ,ବିରାଶାଳ ଓ ବଲାଙ୍ଗୀର ଠାରେ ପାଇଲଟ ପ୍ରଶିକ୍ଷଣ କେନ୍ଦ୍ର ରହିଅଛି । ତେବେ ବିରାଶାଳ ଠାରେ ଥିବା ପୃଥିବୀର ଲାଟେଷ୍ଟ ୪ଟି ଏୟାରକ୍ରାଫ୍ଟ VT-IAT ,VT-TED ,VT-EUW ,VT-ANF ପାଇଲଟ ପ୍ରଶିକ୍ଷଣ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଡାଣ ଭରିବା କାର୍ଯ୍ୟରେ ବ୍ୟବହାର କରାଯାଉଛି । ତେବେ ଗତିର ୬ଟି ଏୟାରକ୍ରାଫ୍ଟ ଭୁବନେଶ୍ୱର ଓ ବିରାଶାଳରେ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଛି । ସେସନା-୧୫୨ର ଦୁଇଟି, ସେସନା-୧୭୨ପି ର ଗୋଟିଏ ,ସେସନା-୧୭୨ଆର ଗ୍ଲାସ କୋକପିଟର ଗୋଟିଏ ,ସେସନା-୧୭୨ ଏସ ଏବଂ ସେସନା-ଭି ,ପିଏ ୩୪ ଫୁଲ ଗ୍ଲାସ ମଲ୍ଟି ଇଞ୍ଜିନ ଏୟାର କ୍ରାଫ୍ଟ ରହିଛି । ଏହି ଏୟାର କ୍ରାଫ୍ଟ ଗୁଡିକ ପ୍ରାୟ ୫ ରୁ ୮ ଘଣ୍ଟା ଉଡ଼ାଣ ଭରିବା କାର୍ଯ୍ୟରେ ନିୟୋଜିତ କରାଯାଉଛି ।ଏହି ଏୟାର କ୍ରାଫ୍ଟ ଘଣ୍ଟା ପ୍ରତି ପର ଲିଟର ୧୮ ରୁ ୨୦ କିଲୋମିଟର ଯାଉଥିବା ଗତିର ଅଧିକାରୀ ସୂଚନା ଦେଇଛନ୍ତି ।

ଜଣେ ଟ୍ରେନି ପାଇଲଟ ପାଇଁ ପ୍ରାୟ ୨ଶହ ଘଣ୍ଟାର ଯେଉଁ କୋର୍ସ ରହିଛି  ତାହା ବିରାଶାଳ ଭଳି ଏୟାର ଟ୍ରାଫିକ ଫ୍ରି ସ୍ଥାନରେ ଛାତ୍ରଛାତ୍ରୀ ମାନେ ଶୀଘ୍ର ପୂରଣ କରି ପାରିବା ସହ ସହଜରେ ଉଡାଣ ପ୍ରଶିକ୍ଷଣ ନେଇ ପାରିବେ ବୋଲି ଜଣାପଡିଛି । ଏହି ପାଇଲଟ ପ୍ରଶିକ୍ଷଣ କେନ୍ଦ୍ରରେ ସେଫ୍ଟି ବ୍ୟବସ୍ଥାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ,ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ଅପେକ୍ଷା ଏହି ସ୍ଥାନ ଟ୍ରେନି ପାଇଲଟ ମାନଙ୍କ ପାଇଁ ବେଶ ଉପଯୋଗୀ ଥିବା କହିଛନ୍ତି ଏହାର ଚିଫ୍ ଫ୍ଲାଇଟ ଇନଷ୍ଟ୍ରକ୍ଟର କ୍ୟାପଟେନ ଏସ କେ ଝା ।

ଦେଶରେ ଏଭିଏସନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଉଡାଣ ବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ଟ୍ରେନି ପାଇଲଟ ପାଇଁ ଗତିର ଯେଉଁ ପ୍ରୟାସ ତାହା ଅବିଶ୍ୱସନୀୟ । ସାରା ବିଶ୍ୱରେ ଏୟାରକ୍ରାଫ୍ଟରେ ଶତକଡ଼ା ୨୦ ଭାଗ ଗ୍ରୋଥ୍ ହୋଇଥିବା ବେଳେ ଭାରତରେ ଶତକଡ଼ା ୪୦ ଭାଗ ଗ୍ରୋଥ୍ ହୋଇଥିବା ଗତି ତରଫରୁ ସୂଚନା ମିଳିଛି । ତେବେ ୟଙ୍ଗ୍ ଜେନେରେସନ ପାଇଁ ଉଡାଣ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।

Leave a Reply