ବୀରମିତ୍ରପୁର ଗଣଦୁଷ୍କର୍ମ ଘଟଣା: ପୀଡିତାଙ୍କୁ ନେଇ ଅଡ଼ୁଆରେ ପ୍ରଶାସନ, ଏସ୍‌ଓଏସ୍‌ ଭିଲେଜରେ ରହିବାକୁ ନାରାଜ ନାବାଳିକା

ବୀରମିତ୍ରପୁର: ବୀରମିତ୍ରପୁର ଗଣ ଦୁଷ୍କର୍ମ ପୀଡିତାଙ୍କୁ ନେଇ ଅଡୁଆରେ ପ୍ରଶାସନ । ଉଦ୍ଧାର ପରେ ଏବେ ତାଙ୍କୁ କେଉଁଠି ରଖାଯିବ ସେନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । କେଉଁଠି ରହିବେ ବୀରମିତ୍ରପୁର ଗଣ ଦୁଷ୍କର୍ମ ପୀଡିତା ? ବାହାରେ ବୁଲିଲେ ରହିଛି ଜୀବନ ପ୍ରତି ବିପଦ । ଆବଦ୍ଧ ଶୃଙ୍ଖଳରେ ରହିବାକୁ ନାରାଜ ନାବାଳିକା । ପୀଡିତାଙ୍କ ବୟାନ ପରେ ଏବେ ଏବେ ଅଡୁଆରେ ପଡିଯି ଶିଶୁ ମଙ୍ଗଳ କମିଟି ।

ଏସଓଏସ ଶିଶୁ ଗ୍ରାମରୁ ଗତ ୨୩ ତାରିଖରେ ହଠାତ୍ ଅନ୍ତର୍ଧ୍ୟାନ ହୋଇୟାଇଥିଲେ ପୀଡିତା ନାବାଳିକା । ତେବେ ଛେଣ୍ଡ ଥାନାରେ ଅଭିଯୋଗ ପରେ ତାଙ୍କୁ ଝୁରମୁର ଗାଁ ପାଖରୁ ଉଦ୍ଧାର କରି ପଚରାଉଚରା କରାଯାଇଥିଲା । କଟକଣା ଭିତରେ ଆବଦ୍ଧ ହୋଇ ନ ରହି ବାହାରେ ବୁଲିବା ଉଦ୍ଦେଶ୍ୟରେ ସେ ପାଚେରୀ ଡେଇଁ ଫେରାର ହୋଇଥିବା ସଫେଇ ଦେଇଛନ୍ତି ନାବାଳିକା । ଏନେଇ ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୂଚନା ଦିଆଯିବା ପରେ ବଢିଛି ଅଡୁଆ ।

ମାମଲାରେ ଅନେକ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏବେ ନାବାଳିକା ଏସଓଏସରେ ନ ରହିବାକୁ କହିବା ପରେ ଜିଲ୍ଲା ପ୍ରଶାସନ, ପୋଲିସ, କୋର୍ଟ ଓ କ୍ରାଇମବ୍ରାଞ୍ଚ ସହ ଆଲୋଚନା କରାଯାଇ ତାଙ୍କୁ କେଉଁ ଠାରେ ରଖାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ଗଣଦୁଷ୍କର୍ମ ଅଭିଯୋଗ ପରେ ରାଉରକେଲା ଏସ୍‌ଓଏସ୍‌ ଭିଲେଜରେ ଗତ ଜୁଲାଇ ମାସ ୧୧ ତାରିଖରୁ ନାବାଳିକାଙ୍କୁ ରଖାଯାଇଥିଲା । ଗଣଦୁଷ୍କର୍ମରେ ସମ୍ପୃକ୍ତ ଦର୍ଶାଇ ଵୀରମିତ୍ରପୁର ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ସହ ସାବତ ବାପା ଏବଂ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା ।

Leave a Reply