spot_img

Latest Posts

ବିରମହାରାଜପୁର ଥାନା ଭିତରେ କେମିତି ହେଲା ସାପ ଧରାଳିଙ୍କ ମୃତ୍ଯୁ?

ନନ୍ଦିଘୋଷ ବ୍ୟୁରୋ: ବିରମହାରାଜପୁର ଥାନା ଭିତରେ କେମିତି ହେଲା ସାପ ଧରାଳିଙ୍କ ମୃତ୍ଯୁ। ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସାପ ଧରି ଜଂଗଲରେ ନଛାଡି ଥାନା ପରିସରକୁ କାହିଁକି ଆସିଥିଲେ ସେ ନେଇ ତଦନ୍ତ ହେବ । ସୋନପୁର ଡିଏଫଓଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍। ଅନ୍ଯପକ୍ଷରେ ଥାନା ପରିସରରେ ପୋଲିସମାନଙ୍କ ଆଗରେ ଦେଖାଇଥିଲେ ସାପ ଖେଳ ଦେଖାଇବାକୁ କିଏ ଦେଇଥିଲା ଅନୁମତି, ତାକୁ ନେଇ ପ୍ରଶ୍ନ ଉଠିଛି। ବୁଦ୍ଧିଜୀବୀଙ୍କ ପ୍ରଶ୍ନର ପୋଲିସ ଆଗରେ ଚାଲି ନଥିଲା ତ ମୃତ୍ଯୁର ଖେଳ। ଏବେ ପ୍ରଶ୍ନ ସାପ ଧରାଳିଙ୍କ ମୃତ୍ଯୁ ପାଇଁ ଦାୟୀ କିଏ ?

ସାପ ଚୋଟରେ ଗୌର କୁମ୍ଭାରଙ୍କ ମୃତ୍ଯୁ ପରେ ଏମିତି ଅନେକ ପ୍ରଶ୍ନ ବନ ବିଭାଗକୁ ଘାରିଛି। ଆଉ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ବନ୍ଯପ୍ରାଣୀ ପିସିସିଏଫ ସୋନପୁର ଡିଏଫଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ସାପ ଧରାଳିଙ୍କୁ ତାଲିମ ଦେବା ପାଇଁ ବନ ବିଭାଗ ଆଣିବ ସର୍ପ ଆପ୍ । ଏସଆରସି ଓ ବନ୍ୟପ୍ରାଣୀ ପିସିସିଏଫଙ୍କ ସହଯୋଗରେ ଏହି ତାଲିମ ପ୍ରଦାନ କରାଯିବ । ତାଲିମ ବ୍ୟବସ୍ଥା ସହ ତାଲିମପ୍ରାପ୍ତ ସାପ ଧରାଳିଙ୍କୁ ଯୋଗେଇ ଦିଆଯିବ ସାପ ଧରା କିଟ୍ । ଏହାସହ ସାପ

ସେପଟେ ଗୌରଙ୍କ ମୃତ୍ଯୁ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।  ଚମ୍ପାମାଳ ଗାଁର ଜଣଙ୍କ ଘରେ ଲୁଚି ରହିଛି ନାଗ। ଏ ଖବର ପାଇବା ପରେ ସାପ ଧରିବାକୁ ପହଞ୍ଚି ଯାଇଥିଲେ ଗୌର। ନାଗକୁ ଧରିବା ପରେ ପହଞ୍ଚିଥିଲେ ବୀରମାହାରାଜପୁର ଥାନାରେ । ଆଉ ଏ ହେଉଛି ତାପରର ଦୃଶ୍ଯ। ଥାନା ଭିତରେ ଆରମ୍ଭ ହୋଇ ଯାଇଥିଲା ସାପଖେଳ। ଅଧିକାଂଶ ଥାନା କର୍ମଚାରୀଙ୍କ ହାତରେ ମୋବାଇଲ୍। ଉତ୍ସାହିତ ହୋଇ ପଡିଥିଲେ ଗୌର। ଖାକି ବାବୁଙ୍କ ଆଗରେ ବାହାଦୁରୀ ଦେଖାଇବାକୁ ଆରମ୍ଭ କରି ଦେଇଥିଲେ ଖେଳ। ଚାଲିଲା ମୃତ୍ଯୁର ଲାଇଭ୍ ଖେଳ। ନାଗ ଚୋଟରେ ରକ୍ତାକ୍ତ ହୋଇଥିଲେ ଗୌର। ଆଉ ମେଡିକାଲ୍ ପହଞ୍ଚି ଚିକିତ୍ସା କରିବା ବେଳକୁ ଶବ ପାଲଟି ଯାଇଥିଲେ ଗୌର। ଆଶ୍ଚର୍ଯ୍ଯର କଥା ହେଲା କେହି ବି ରୋକି ନଥିଲେ ଗୌରଙ୍କୁ।

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସାପ ଖେଳ ଏକ ଦଣ୍ଡନୀୟ ଅପରାଧ । ତେବେ କେଉଁ ପରିସ୍ଥିତିରେ ଥାନା ଭିତରେ ଚାଲିଥିଲା ସାପ ଖେଳ। ଏହି ଅଭାବନୀୟ ଘଟଣାକୁ ନେଇ ସାରା ଜିଲ୍ଲାରେ ସୃଷ୍ଟି ହୋଇଛି ଆଲୋଡନ । ଥାନା ପରିସରରେ ସାପ ଖେଳ ଦେଖି ଉପଭୋଗ କରୁଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ହେଲେ ଶୁଣନ୍ତୁ ବୀରମହାରାଜପୁର ଏସଡିପିଓଙ୍କ ପ୍ରତିକ୍ରିୟା।

 

Latest Posts

Don't Miss