ଖରାପ ପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଘଟିଛି CDSଙ୍କ ହେଲିକପ୍ଟର
1 min readନୂଆଦିଲ୍ଲୀ: ଆସିଲା ସିଡିଏସ୍ ବିପିନ ରାଓ୍ବତଙ୍କ ଚପର କ୍ରାସ ଘଟଣାର ତଦନ୍ତ ରିପୋର୍ଟ । ହେଲିକପ୍ଟରରେ ସେଦିନ ହୋଇନାହିଁ ଯାନ୍ତ୍ରିକ ତ୍ରୁଟି କିମ୍ବା କୌଣସି ଅବହେଳା । ଏହା କେବଳ ଖରାପ ପାଗ ଯୋଗୁଁ ଘଟିଥିବା ସୂଚନା । ହଠାତ ପାଗରେ ଘଟିଥିଲା ପରିବର୍ତ୍ତନ । ବାଦଲ ଭିତରେ ପଶି ଯାଇଥିଲା ଚପର । ପାଣିପାଗ ବଦଳିବା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ହେଲିକପ୍ଟର MI 17 V5 ।
ପାଗରେ ପରିବର୍ତ୍ତନ ଯୋଗୁଁ ନିୟନ୍ତ୍ରଣ ହରାଇଥିଲେ ପାଇଲଟ୍ ଜଣଙ୍କ । କ୍ରାସ ପଛରେ ଯାନ୍ତ୍ରିକ ତ୍ରୁଟି କି ଅବହେଳା ନାହିଁ । ତିନି ସେନାର ମିଳିତ ତଦନ୍ତର ପ୍ରାଥମିକ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି । ଯେଉଁଥିରେ ଏହି ସୂଚନା ପ୍ରଦାନ କରିଛି ।