spot_img

Latest Posts

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ବିପିନ ରାଓ୍ୱତଙ୍କ ସହ କିଏ କିଏ ଥିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ସବୁଠାରୁ ବଡ଼ କଥା ହେଉଛି ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ଭାରତୀୟ ବାୟୁ ସେନାର MI-17V5 ହେଲିକପ୍ଟରରେ ଲେକ୍ଟର ସିରିଜରେ ଯୋଗ ଦେବାକୁ ଯାଉଥିଲେ ସିଡିଏସ୍ । ଏହି ଦୁର୍ଘଟଣାରେ ତିନି ଜଣ ଆହାତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳୁଛି । ଅନ୍ୟପକ୍ଷରେ ସିଡିଏସଙ୍କ କଥା ଯଦି କହିବା ତାହାଲେ ସିଡିଏସ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି ବୋଲି ସୂଚନା ମିଳୁଛି । ଭାରତୀୟ ବାୟୁ  ସେନାର MI-17V5 ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ଲୋକ ଥିବା ସୂଚନା ମିଳିଛି ।

ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍ ନାୟକ ବିବେକ କୁମାର, ଲାନ୍ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲ ଥିଲେ । ଏମାନଙ୍କ ବ୍ୟତୀତ ଦୁଇ ଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତି ଥିଲେ ।

ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ଦୁର୍ଘଟଣାଗ୍ରସ୍ଥ ହୋଇଛି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରିବା ପାଇଁ ଆଦେଶ ଦିଆଯାଇଛି । ତେବେ କେଉଁ ଚାରି ଜଣଙ୍କର ମୃତ୍ୟୁ ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ଭାରତୀୟ ସେନା ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ମିଳିପାରିନାହିଁ ।

Latest Posts

Don't Miss