ବାୟୋଲୋଜିକାଲ-Eକୁ ମିଳିଲା ଅନୁମତି, ୫ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ ହେବ ଟ୍ରାଏଲ

1 min read

ନୂଆଦିଲ୍ଲୀ: ୫ ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ କୋର୍ବେଭାକ୍ସର ଦ୍ବିତୀୟ ଓ ତୃତୀୟ ଫେଜ୍ କ୍ଲିନିକାଲ ଟ୍ରାଏଲ ଲାଗି ବାୟୋଲୋଜିକାଲ-Eକୁ ମିଳିଛି ଅନୁମତି। କେନ୍ଦ୍ର ଜୈବ ପ୍ରଯୁକ୍ତି ବିଭାଗ ଓ ରାଷ୍ଟ୍ରାୟତ୍ତ ବାୟୋ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ ବା BIRACର ମିଳିତ ସହଯୋଗରେ ତିଆରି ଏହି ଭାକ୍ସିନ କୋର୍ବେଭାକ୍ସ ଖୁବ୍ ଶୀଘ୍ର ପିଲାଙ୍କ ଲାଗି ଉପଲବ୍ଧ ହେବା ଆଶା ଉଜ୍ଜ୍ବଳ ହୋଇଛି ।

ସୂଚନା ଅନୁଯାୟୀ, ଫେଜ 1 ଓ ଫେଜ 2ର କ୍ଲିନିକାଲ ଟ୍ରାଏଲର ସମୀକ୍ଷା ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି କରିବା ପରେ ଏହି ଟିକାର ଟ୍ରାଏଲ ଲାଗି ଅନୁମତି ଦେଇଛନ୍ତି ଡିସିଜିଆ। ପୂର୍ବରୁ ଗତ ୧ ତାରିଖରେ ପିଲାଙ୍କ କ୍ଷେତ୍ରରେ କୋର୍ବେଭାକ୍ସର ନିରାପତ୍ତା, ସହଣୀୟତା, ପ୍ରତିରୋଧକ ଶକ୍ତି ବୃଦ୍ଧି ଆଦି ସମ୍ପର୍କରେ ଗବେଷଣା ଲାଗି ଫେଜ 2 ଓ ଫେଜ 3 ଗବେଷଣା ସକାଶେ ବାୟୋଲୋଜିକାଲ-ଇକୁ ଅନୁମତି ମିଳିଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଜାଇଡସ କାଡିଲାର ଜାଇକୋଭ-Dର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳିଛି ।

Leave a Reply