ସଚିନର ଆଶିର୍ବାଦ ସବୁବେଳେ ମୋ ସହିତ,ବନ୍ଧୁଙ୍କ ବାବଦରେ ଏମିତି କହିଲେ ବିନୋଦ କାମ୍ବଲି
1 min readନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ସର୍ବଦା ଗଣମାଧ୍ୟମରେ ହେଡଲାଇନରେ ରହିଥାନ୍ତି । କାମ୍ବଲିଙ୍କ ବନ୍ଧୁତାକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ବାଲ୍ୟ ବନ୍ଧୁ ସଚିନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଆଜି ମଧ୍ୟ ଚର୍ଚ୍ଚା ହୋଇଥାଏ । ସଚିନଙ୍କୁ କାମ୍ବଲି ବହୁତ ଭଲ ପାଉଥିବା ସମସ୍ତେ ବେଶ ଭଲଭାବେ ଜାଣନ୍ତି । ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ କାମ୍ବଲି । ଏହି ସମୟରେ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭିୟୁରେ ସାଙ୍ଗ ସଚିନଙ୍କୁ କେତେ ଭଲ ପାଆନ୍ତି ଏବଂ ସଚିନଙ୍କର ତାଙ୍କ ପ୍ରତି କେମିତି ଭଲ ପାଇବା ରହିଥିଲା ସେ ସମ୍ପର୍କରେ କହିଛନ୍ତି । ସଚିନଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି । ମୋତେ ସେ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି କାମ୍ବଲି ।
#WATCH | Maharashtra: Former Indian Cricketer Vinod Kambli says, "I am feeling better now…I will never leave this (cricket) because I remember the number of centuries and double centuries I have hit…We are three left-handers in the family. I am thankful to Sachin Tendulkar as… https://t.co/ZQsUuVV1pO pic.twitter.com/Xj8UQbAgmQ
— ANI (@ANI) December 24, 2024