କବର ଖୋଳି ଗଳିତ ଶବକୁ ଉଦ୍ଧାର କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବିଞ୍ଝାରପୁର ବଧୂ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ମୃତ୍ୟୁର ୧୬ ଦିନ ପରେ କବର ଖୋଳି ଗଳିତ ଶବକୁ ଉଦ୍ଧାର କଲା ପୋଲିସ । ପଶ୍ଚିମବଙ୍ଗ ଅଞ୍ଚଳର ରୋଜିନା ଖାତୁନ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ସେକ ମୁସ୍ତାକିମଙ୍କୁ ଆଠ ବର୍ଷ ତଳେ ବିବାହ କରିଥିଲେ । ଗତ ସେପ୍ଟେମ୍ବର ୨୧ରେ ରୋଜିନାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ ସେକ ମୁସ୍ତାକିମ । ରୋଜିନାଙ୍କ ବାପଘର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହରେ କ୍ଷତସ୍ଥାନ ଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ମୁସ୍ତାକିମକୁ ପଚାରିବାରୁ ସେ ଏକଥାକୁ ଏଡାଇ ଦେବା ସହ ତରବରିଆ ଭାବେ ମୃତଦେହକୁ କବର ଦେଇଦେଇଥିଲେ। ଏନେଇ ରୋଜିନାଙ୍କ ବାପଘର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ କବର ଖୋଳି ଗଳିତ ଶବକୁ ଉଦ୍ଧାର କରି ଫରେନସ୍ସିକ ଲ୍ୟାବକୁ ପଠାଇଛି ।