ସହଯୋଗୀଙ୍କ ସହ ଲୁଟିଲା, ପରେ ଯାଇ ଥାନାରେ ଦେଲା ଏତଲା

ନନ୍ଦିଘୋଷ ବ୍ୟୁରୋ: ଲୁଟେରା ସାଜିଥିଲା ଏତଲାକାରୀ । ପ୍ରଥମେ ନିଜ ସହଯୋଗୀ ସହ ଲୁଟକଲା ଓ ପରେ ଲୁଟ ହୋଇଥିବା ନେଇ ଥାନାରେ ଏତଲା ଦେଲା । ଏଭଳି ଧୁର୍ତ୍ତ ଲୁଟେହା ଓ ତାର ସହଯୋଗୀକୁ ଗିରଫ କରିଛି ବିଞ୍ଝାରପୁର ପୋଲିସ । ଅଭିଯୁକ୍ତ ଗଣେଶ ଚନ୍ଦ୍ର ଜେନା ବିଞ୍ଝାରପୁର ସ୍ଥିତ ଏକ କୋରିଅର କମ୍ପାନୀ କମ୍ପାନୀରେ କାର୍ଯ୍ୟ କରନ୍ତି । କୋରିଅର କମ୍ପାନୀର ଲକରରେ ଥିବା ପ୍ରାୟ ୩ ଲକ୍ଷ ଟଙ୍କା ସହ ସିସିଟିଭି ହାର୍ଡଡିସ୍କ ଲୁଟ ହୋଇଯାଇଥିବା ନେଇ ସେ ଗତ ୧ ତାରିଖ ଦିନ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଞ୍ଝାରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରି ଗଣେଶକୁ ଅଟକ ରଖି ପଚରାଉଚରା ପରେ ସେ ସବୁ ସତ ମାନି ଯାଇଥିଲା । ମାମଲାରେ ବିଞ୍ଝାରପୁର ପୋଲିସ ଗଣେଶ ଓ ତାର ସହଯୋଗୀ ଯାଜପୁର ଅଂଚଳର ଲିକୁ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ନିକଟରୁ ୩୦ ହଜାର ଟଙ୍କା ସହ ଲୁଟରେ ବ୍ୟବହୃତ ସ୍କୁଟି ଜବତ କରିଛି ।