spot_img

Latest Posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଜାଲରେ ବିନିକା ରେଞ୍ଜର ଫରେଷ୍ଟର,

ସୁବର୍ଣ୍ଣପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ବିନିକା ରେଞ୍ଜର ଫରେଷ୍ଟର। ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସ ରେଡ। ସୋନପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ ଆଜି ଏକକାଳୀନ ଭାବେ ସୋନପୁର ସହର ଶାନ୍ତି ନଗର ପଡାରେ ଥିବା ଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ଘର ଓ ବିନିକା ରେଞ୍ଜ ଅଫିସରେ ଚଢାଉ କରୁଛି। ଘରେ ସମସ୍ତ କାଗଜପତ୍ର , ଆସବାବପତ୍ରକୁ ଭିଜିଲାନ୍ସ ଟିମ ଟିକ ନିଖ କରି ତଲାସ ଜାରୀ ରଖିଛି। ଘରୁ ଏପର୍ଯ୍ୟନ୍ତ କିଛି ବ୍ୟାଙ୍କ ପାସବୁକ, ଜୀବନ ବୀମା ବଣ୍ଡ, ଜମିବାଡିର କାଗଜପତ୍ର ତଥା ନଗଦ ଟଙ୍କା ଜବତ କରିଥିବା ଜଣାପଡିଛି। ତେବେ ଭିଜିଲାନ୍ସ ଟିମ୍‌ ବର୍ତ୍ତମାନ ଚଢାଉ ଜାରୀ ରଖିଛି।

Latest Posts

Don't Miss