ପୋଲିସ କର୍ମଚାରୀ ଓ ଅନ୍ଯ ବ୍ଯକ୍ତିଙ୍କର କେମିତି ହେଲା ମୃତ୍ଯୁ ? କିଏ ମାରିଲା ଗୁଳି ?

ସୋନପୁର : ବିନିକା ଚୁଲିମାଲରେ ଗୁଳିକାଣ୍ଡ ଘଟଣାରେ ପୋଲିସ କର୍ମଚାରୀ ଓ ଅନ୍ଯଜଣେ ବ୍ଯକ୍ତିଙ୍କର କେମିତି ହେଲା ମୃତ୍ଯୁ ତାହାର ତଦନ୍ତ କରୁଛି ପୋଲିସ। ମୃତଦେହ ନିକଟରୁ ମିଳିଛି ପୋଲିସ ସର୍ଭିସ ରିଭରବଲ । ରିଭରବଲରୁ ଗୁଳି ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଏଯାଏ ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ଛାନବିନ ଚଳାଇଛି ପୋଲିସ । ଗତକାଲି ସନ୍ଧ୍ଯାରେ ଗାଁର ଏକ ଖୋଲା ପଡିଆରେ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର ମୃତଦେହ ପଡ଼ିଥିଲା ।

ପୋଲିସ କର୍ମଚାରୀ ହୋଇଥିବାବେଳେ ମନୋଜ ତାଙ୍କର ସମ୍ପର୍କୀୟ ଭାଇ ହୋଇଥିବା ଜଣାପଡ଼ିଛି । ତେବେ କିଏ କାହାକୁ ଗୁଳି କରିଛି ତାହା ଜଣାପଡ଼ିନି । ଏସପି ଓ ଆଇଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଇଜି ହିଂମାଶୁ ଲାଲ କହିଛନ୍ତି, ଘଟଣାର ତଦନ୍ତ ହେଉଛି । ତଦନ୍ତ ପରେ ସତ ଜଣାପଡ଼ିବ । ଡାକ୍ତରଖାନାରେ ମୃତଦେହ ରଖାଯାଇଥିବାବେଳେ ଏହି ଘଟଣା ସାରା ରାଜ୍ଯରେ ଚାଞ୍ଚଲ୍ଯ ସୃଷ୍ଟି କରିଛି ।