ରାମ ମନ୍ଦିର ଭୂମିପୂଜା: ବିନ୍ଦୁସାଗର ସମେତ ଦେଶର ଏହି ସବୁ ସ୍ଥାନରୁ ଯାଇଛି ପବିତ୍ର ମାଟି ଓ ଜଳ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ସମ୍ପନ୍ନ ହୋଇଛି ଭବ୍ୟ ଭୂମିପୂଜା । ଏଥିପାଇଁ ଭୁବନେଶ୍ୱରର ବିନ୍ଦୁସାଗରରୁ ଜଳ ଯାଇଛି । ଏଥିପାଇଁ ଉତ୍ସବମୁଖର ରାଜଧାନୀ । ବିନ୍ଦୁସାଗର ପରିସରରେ ଉତ୍ସବର ମାହୋଲ ଦେଖିବାକୁ ମିଲିଛି । ବିନ୍ଦୁ ସାଗରର ଜଳ ସବୁଠାରୁ ପବିତ୍ର ବୋଲି ବିଶ୍ୱାସ ରହିଛି । କାରଣ ଏଥିରେ ଭାରତର ପ୍ରତ୍ୟେକ ପବିତ୍ର ସରଭରରୁ ଗୋଟେ ବୁନ୍ଦା ଜଳ ରହିଥାଏ । ଏହି ଜଳ ସହିତ ଭୂମିପୂଜନ ସ୍ଥାନକୁ ଅଭିଷେକ କରିବା ପାଇଁ ପ୍ରତ୍ୟେକ ପବିତ୍ର ନଦୀ ଓ ପୋଖରୀରୁ ଜଳ ବ୍ୟବହାର କରାଯାଇଛି ।ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାରେ ସମଗ୍ର ଦେଶର ପ୍ରାୟ ଆଠ ହଜାର ପବିତ୍ର ସ୍ଥାନରୁ ମାଟି, ଜଳ ଏବଂ ବ୍ୟବହାର କରାଯାଇଛି। ପବିତ୍ର ସ୍ଥାନର ମାଟି ଓ ଜଳ ବ୍ୟବହାର କରିବାର ବିଶେଷ କାରଣ ରହିଛି । ଏହା ଦ୍ୱାରା ପରସ୍ପର ମଧ୍ୟରେ ଏକତା ଓ ଭାତୃଭାବ ବଜାୟ ରଖାଯାଇପାରିବ ।

ଝାରଖଣ୍ଡରେ’ ସରନା ସ୍ଥଳରେ ଆଦିବାସୀ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ପୂଜା ସ୍ଥଳ ରହିଛି । ଯେତେବେଳେ ସେହି ସ୍ଥାନର ମାଟି ସଂଗ୍ରହ କରିବାକୁ ଲୋକେ ଯାଇଥିଲେ ସେତେବେଳେ ଆଦିବାସୀ ସମାଜରେ ଅଦ୍ଭୁତପୂର୍ବକ ବାତାବରଣ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ “ରାମା ଏବଂ ସୀତା ଆମର”, ସେଥିପାଇଁ ଶାବରୀଙ୍କ କୁଡିଆକୁ ଆସି ତାଙ୍କ ଅଇଁଠା ବରକୋଳି ଖାଇଥିଲେ । ଏଥି ସହ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର ମହାସଚିବ ମିଲିନ୍ଦ ପାରାଣ୍ଡେ କହିଛନ୍ତି ଯେ, ଭଗବାନ ରାମ ଏକତାର ସନ୍ଦେଶ ଦେଇଥିଲେ । ପାରାଣ୍ଡେ କହିଛନ୍ତି ଯେ, ଭଗବାନ ରାମଙ୍କ ଦ୍ୱାରା ଅହଲ୍ୟାଙ୍କ ଉଦ୍ଧାର, ଶବରୀ ଏବଂ ନିଶାଦରାଜଙ୍କ ସହ ପ୍ରେମ ଓ ବନ୍ଧୁତା ହେଉଛି ସାମାଜିକ ସଦଭାବର ଉଦହାରଣ । ତେଣୁ ସେମାନଙ୍କ ମନ୍ଦିର ନିର୍ମାଣର ଭୂମି ପୂଜାରେ ସାରା ଦେଶରେ ପବିତ୍ର ନଦୀ ଜଳ ଏବଂ ତୀର୍ଥସ୍ଥାନର ମାଟି ବ୍ୟବହାର କରାଯାଇଛି।

କାଶୀ ସ୍ଥିତ ସନ୍ତ ରବିଦାସଙ୍କ ଜନ୍ମସ୍ଥଳୀ, ବିହାରର ସୀତାମଢୀ ସ୍ଥିତ ମହର୍ଷି ବାଲ୍ମିକୀ ଆଶ୍ରମ, ମହାରାଷ୍ଟ୍ରର ପବିତ୍ର ଭୂମି,  ଝାଡ଼ଖଣ୍ଡର ରାମରେଖା ଧାମ, ପାଟଣାର ଶ୍ରୀହରମନ୍ଦିର ସାହେବ, ବାବାସାହେବ ଆମ୍ବେଦକରଙ୍କ ଜନ୍ମସ୍ଥାନ ମହୁ, ଦିଲ୍ଲୀର ଜୈନ ମନ୍ଦିର ଏବଂ ବାଲ୍ମିକୀ ମନ୍ଦିର ଭଳି ସ୍ଥାନରୁ ମାଟି ଓ ପବିତ୍ର ଜଳ ଭୂମି ପୂଜା ପାଇଁ ଯାଇଛି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର କାଲିଘାଟ, ଦକ୍ଷିଣେଶ୍ୱର, ଗଙ୍ଗାସାଗର ଏବଂ ମଦନ ମୋହନ ପରି ମନ୍ଦିରର ପବିତ୍ର ମାଟି ସହିତ ଗଙ୍ଗାସାଗର, ଭାଗୀରଥୀ, ତ୍ରିବେଣୀ ସଂଗମରୁ ଅଯୋଧ୍ୟାକୁ ଜଳ ପଠାଯାଇଛି ଯାହା ଭୂମି ପୂଜାରେ ବ୍ୟବହାର ହୋଇଛି । ଏହା ବ୍ୟତୀତ ପାଭାପୁରୀ ସ୍ଥିତ ଜଳମନ୍ଦିର, କମଲ ସରୋବର, ପ୍ରାଚୀନ ପୁଷ୍କରିଣୀ ପୋଖରୀ, ହିଲ୍ସର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର, ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଡିତ ପଖୋରୀର ମାଟି ଓ ଜଳ ମଧ୍ୟ ବ୍ୟବହାର ହୋଇଛି ।

 

Leave a Reply