spot_img

Latest Posts

ତିହାର ଜେଲରେ ନିର୍ଭୟା ଦୋଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଫାଶୀ ଟାଳିବାକୁ ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍‌। ତିହାର ଜେଲ୍‌ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଛି ବିନୟ ଶର୍ମା। ଗତ ସୋମବାର ୩ନମ୍ବର ବ୍ୟାରେକ୍‌ରେ ବିନୟ କାନ୍ଥରେ ମୁଣ୍ଡ ପିଟିଛି। ନିର୍ଭୟା ଦୋଷୀଙ୍କ ଉପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ କଡ଼ା ନଜର ରହିଛି। ଏଥିରେ ବିନୟ ଆହତ ହୋଇଛି।

ଏହାପରେ ତାକୁ ପ୍ରାଥମିକ ଚିକିତ୍ସା କରାଯାଇଛି। ସେହିପରି ଗତ ୧୬ ତାରିଖରେ ଜେଲ୍‌ର ଗ୍ରିଲ୍‌ରେ ହାତ ପୂରାଇ ଆହତ ହୋଇଛି ବିନୟ। ଏପରିକି ନିଜ ମାଆଙ୍କୁ ମଧ୍ୟ ଚିହ୍ନିନଥିଲା ବିନୟ। ତାର ମାନସିକ ସ୍ଥିତି ଠିକ୍‌ ନଥିବା ବିନୟର ଓକିଲ ଏପି ସିଂ କହିଛନ୍ତି। ନୂଆ ଡେଥ୍‌ ୱାରେଣ୍ଟ ଜାରି ହେବା ପରେ ବିନୟର ମାନସିକ ସ୍ଥିତି ଅଧିକ ବିଗିଡ଼ିଥିବା ସେ କହିଛନ୍ତି। ତେବେ ବିନୟ ମାନସିକ ଭାବେ ସୁସ୍ଥ ଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

ନିକଟରେ ହୋଇଥିବା ସାଇକୋ ମେଟ୍ରିକ ଟେଷ୍ଟରେ ଏନେଇ ସ୍ପଷ୍ଟ ହୋଇଛି। ନିର୍ଭୟା ଦୋଷୀ ମୁକେଶ, ଅକ୍ଷୟ, ବିନୟ ଓ ପବନଙ୍କ ଉପରେ କଡ଼ା ନଜର ରଖାଯାଇଛି। ସେଲ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ୨୪ ଘଣ୍ଟା ନଜର ରଖୁଛି। ସେମାନଙ୍କ ସେଲ ବାହାରେ ମଧ୍ୟ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସେହିପରି ଜେଲ୍‌ର ଅନ୍ୟ କଏଦୀଙ୍କ ସହ ସେମାନେ ଯେପରି ଅଧିକ ମିଳାମିଶା ନକରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ୪ ଦୋଷୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଉଛି।

Latest Posts

Don't Miss