spot_img

Latest Posts

ରକ୍ତର ନଦୀ ବୁହାଇବାକୁ ଧମକ ଦେଉଥିବା ବିଲାୱଲ ଭୁଟ୍ଟୋଙ୍କ ନରମିଲା ସ୍ଵର

ନନ୍ଦିଘୋଷ ବ୍ୟୁରୋ: ରକ୍ତର ନଦୀ ବୁହାଇବାକୁ ଧମକ ଦେଉଥିବା ବିଲାୱଲ ଭୁଟ୍ଟୋଙ୍କ ନରମିଲା ସ୍ଵର। ଭାରତର ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପ୍ରସଙ୍ଗକୁ ନେଇ ନଇଁଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ। ଆତଙ୍କବାଦ ପ୍ରସଙ୍ଗକୁ ନେଇ ତାଲିବାନକୁ କଲେ ଟାର୍ଗେଟ। କହିଲେ ଆତଙ୍କବାଦୀଙ୍କୁ ଚୋରା ଅସ୍ତ୍ରଶସ୍ତ୍ର ଚାଲାଣ ବନ୍ଦ କରିବାକୁ ପଡିବ। ଆତଙ୍କବାଦ ବିରୋଧ ଲଢେଇରେ ଭାରତକୁ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ବିଲାୱଲ ଭୁଟ୍ଟୋ। କହିଛନ୍ତି, ଭାରତ ଦୀର୍ଘ ସମୟ ଧରି ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଆସୁଛି। କିନ୍ତୁ ସେ ପ୍ରତ୍ୟେକ ଥର ନିଜର ଦାୟିତ୍ୱ ଏଡାଇ ଦେଉଥିଲା।ଭାରତ ଏବଂ ପାକିସ୍ତାନ ପରସ୍ପରର ବିରୋଧୀ ନୁହଁନ୍ତି। ଇସଲାମାବାଦ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଲାୱାଲ ଭୁଟ୍ଟୋ ଏହା କହିଛନ୍ତି।

ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନ  ଭାରତ ସହିତ ଏକ ଐତିହାସିକ ଏବଂ ଅଭୂତପୂର୍ବ ସହଭାଗିତା ଗଠନ କରିବାକୁ ପ୍ରସ୍ତୁତ। ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ଭାବରେ ରହିବା ଉଚିତ ଏବଂ ଆତଙ୍କବାଦୀଙ୍କଠାରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିବା ଉଚିତ । ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବା ଯୋଗୁଁ ବିଲାୱାଲ ଭୁଟ୍ଟୋ ଅନେକ ଥର ଭାରତ ବିରୁଦ୍ଧରେ କଠୋର ଶବ୍ଦ ବ୍ୟବହାର କରିଥିଲେ। କିନ୍ତୁ ଏବେ ସେ ସମସ୍ତ ବିଚାରାଧୀନ ବିବାଦର ସମାଧାନ ପାଇଁ ଭାରତ ସମ୍ମୁଖରେ ହାତ ଯୋଡିଛନ୍ତି।ପାଣିକୁ ଅସ୍ତ୍ର କରନାହିଁ ବୋଲି ଭାରତକୁ ନିବେଦନ କରିଛନ୍ତି ବିଲାୱଲ ଭୁଟ୍ଟୋ। ଗତ ୨୨ ଏପ୍ରିଲରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ସମେତ ଅନେକ ବଡ଼ ନିଷ୍ପତ୍ତି ନେଇଥିଲା। ଯାହାକୁ ନେଇ ପାକିସ୍ତାନ ସିମଲା ଚୁକ୍ତିନାମାକୁ ବାତିଲ କରିଦେଇଥିଲା । ଭାରତର କାର୍ଯ୍ୟାନୁଷ୍ଠାନ ପରେ ବିଲାୱାଲ ଭୁଟ୍ଟୋ କହିଥିଲେ ଯେ ସିନ୍ଧୁ ନଦୀରେ ପାଣି କିମ୍ବା ସେମାନଙ୍କର ରକ୍ତ ପ୍ରବାହିତ ହେବ।

Latest Posts

Don't Miss