ସେହି ପ୍ରସିଦ୍ଧ ବ୍ୟକ୍ତି, ଯେଉଁମାନେ ପାକିସ୍ତାନରୁ ଆସି ଭାରତରେ ନିଜ ପାଇଁ ତିଆରି କରିଛନ୍ତି ସ୍ୱତନ୍ତ୍ର ସ୍ଥାନ…

1 min read

ନୂଆଦିଲ୍ଲୀ: ଭାରତରେ ଏଭଳି ଅନେକ କୋଟିପତି ଲୋକ ଅଛନ୍ତି । ଯେଉଁମାନେ ବାସ୍ତବରେ ପାକିସ୍ତାନର ମୂଳବାସିନ୍ଦା । ଅବିଭକ୍ତ ଭାରତର ସିନ୍ଧ ଏବଂ ବାଲୁଚିସ୍ତାନ ପ୍ରଦେଶର ଏହି ଲୋକମାନେ କିମ୍ବା ସେମାନଙ୍କ ପୂର୍ବଜମାନେ ଭାରତର ବିଭାଜନ ସମୟରେ ବିଭିନ୍ନ ରାଜ୍ୟରେ ରହିଯାଇଥିଲେ । ବିଭାଜନ ଦ୍ୱାରା ସୃଷ୍ଟି ହୋଇଥିବା ବିଶୃଙ୍ଖଳା ମଧ୍ୟରେ ଏହି ଲୋକମାନେ କେବଳ ନିଜକୁ ଗଢ଼ି ତୋଳି ନାହାଁନ୍ତି ବରଂ ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ନିଜକୁ ସାମିଲ କରିଛନ୍ତି ।

India Before independence

ତେବେ ବିଭାଜନ ପରେ ମଧ୍ୟ ସିନ୍ଧ ପ୍ରାନ୍ତର ଅନେକ ଲୋକ ପାକିସ୍ତାନ ଛାଡ଼ିବାକୁ କୁଣ୍ଠାବୋଧ କରୁଥିଲେ । ହେଲେ ମାଇନରିଟି ଏବଂ ମଜୋରିଟି ଗଣିତ ମଧ୍ୟରେ ସେମାନେ ପେଶି ହେଉଥିବାରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୧୯୪୮ ଜାନୁଆରୀରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏଥିରେ ସିନ୍ଧ ଏବଂ ହିନ୍ଦୁ ମାନଙ୍କୁ ପାକିସ୍ତାନରୁ ବିଦା ହୋଇଯିବା ପାଇଁ ବାଧ୍ୟ କରାଯାଇଥିଲା ।

India Before independence

ସିନ୍ଧ ପ୍ରାନ୍ତରୁ ବାହାରି ଆସିଥିବା ଲୋକମାନେ ଅତି ଦୟନୀୟ ଭାବେ ପାଦରେ ଚାଲିଚାଲି ପାକିସ୍ତାନ ଛାଡ଼ିଥିଲେ । ଏମିତିକି କିଛି ଲୋକ ବସ୍, ଟ୍ରେନ୍‌ ଭଳି ଯେଉଁ କିଛି ବି ମାଧ୍ୟମ ପାଇଲେ ସେଥିରେ ସବାର ହୋଇଥିଲେ ଏବଂ ପାକିସ୍ତାନ ଛାଡ଼ିଥିଲେ । ସେଠାରୁ ବାହାରିବା ପରେ ଆମେରିକା, କାନାଡା, ବ୍ରିଟେନ ଭଳି ଦେଶରେ ସେମାନେ ବସବାସ କରିବା ଆରମ୍ଭ କରିଥିଲେ । ତେବେ ସେଥିମଧ୍ୟରୁ ଏକ ବଡ଼ ଭାଗ ଆସି ଭାରତର ଅନେକ ସହରରେ ନିଜର ଡେରା ପକାଇଥିଲା । ଆଉ ତାପରେ ସେମାନେ ବାଣିଜ୍ୟ କରିବା ଆରମ୍ଭ କରିଥିଲେ । ଜିରୋ ଇନ୍‌ଭେଷ୍ଟରେ ସେମାନେ ବାଣିଜ୍ୟ କରିଥିଲେ ସତ ହେଲେ ନିଜର ବୁଦ୍ଧିମତା ଯୋଗୁଁ ଖୁବ୍‌ଶୀଘ୍ର ବଡ଼ ବଡ଼ ବ୍ୟବସାୟୀଙ୍କ ସହ ନିଜକୁ ସମାନ କରିଥିଲେ ।

hiranandani

ପାକିସ୍ତାନରୁ ଭାରତରେ ଆସି ବସବାସ କରୁଥିବା ଏଭଳି ଲୋକଙ୍କ ମଧ୍ୟରେ ନିରଂଜନ ହିରାନନ୍ଦାନୀ ହେଉଛନ୍ତି ଜଣେ । ହିରାନନ୍ଦାନୀ ଗ୍ରୁପ୍‌ର ମାଲିକଙ୍କ ପିତା ଓ ପଦ୍ମଶ୍ରୀ ବିଜେତା ଲାଖୁମାଲ ହିରାନନ୍ଦ ହିରାନନ୍ଦାନୀ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେଠାରୁ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବିଭାଜନ ପରେ ତାଙ୍କ ପରିବାର ମଧ୍ୟ ହିଂସା ଯୋଗୁଁ ଅନେକ ସମସ୍ୟାରେ ଥିଲା । ତେଣୁ ହିରାନନ୍ଦାନୀ ପରିବାରର ଅବଶିଷ୍ଟ ସଦସ୍ୟଙ୍କୁ ଭାରତ ଆସିବାକୁ ପଡିଥିଲା । ୮୦ ଦଶକର ଆରମ୍ଭରେ, ପୁଅ ନିରଂଜନ ମୁମ୍ବାଇର କାଣ୍ଡିବାଲିରେ ଏକ ଛୋଟ ଟେକ୍ସଟାଇଲ୍‌ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ୨୦୧୭ରେ ତାଙ୍କ ନାମ ବୋଫର୍ସ ତାଲିକାରେ ସାମିଲ ହୋଇଥିଲା । ଏହି ତାଲିକା ବିଶ୍ୱର ୧୦୦ ଧନୀଙ୍କୁ ନେଇ ପ୍ରସ୍ତୁତ କରାଯାଇଥିଲା ।

Kareena Kapoor

ସିନ୍ଧି-ହିନ୍ଦୁ ପରିବାରର ମୁଖ୍ୟ ପେଶା ଥିଲା ବ୍ୟବସାୟ କରିବା । ହେଲେ ଏବେ ରାଜନୀତିଠାରୁ ଆରମ୍ଭ କରି ଗ୍ଲାମର ଇଣ୍ଡଷ୍ଟ୍ରୀରେ ମଧ୍ୟ ସେମାନଙ୍କର ବେଶ୍‌ ନାଁ ରହିଛି । ସେହିପରି ଗୋଟିଏ ନାମ ହେଉଛି ଚଳଚ୍ଚିତ୍ର ଅଭିନେତ୍ରୀ କରୀନା କପୁରଙ୍କ ମାତା ବବିତା କପୁର । ବାବିତା ମଧ୍ୟ ପାକିସ୍ତାନର କରାଚି, ବର୍ନସ ରୋଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହରି ଶିବଦାସାନି ଜଣେ ସିନ୍ଧି ହିନ୍ଦୁ ପରିବାରର ଥିଲେ, ଯିଏ ବିଭାଜନ ପରେ ପାକିସ୍ତାନରୁ ଭାରତ ଆସିଥିଲେ ।

Asrani

ସେହିଭଳି ହାସ୍ୟ ଅଭିନେତା ଅସରାନୀ ମଧ୍ୟ ପାକିସ୍ତାନର ସିନ୍ଧ ପ୍ରଦେଶରୁ ଭାରତ ଆସିଥିଲେ । ପରେ ପୁରା ପରିବାର ଜୟପୁରରେ ବସବାସ କରଥିଲେ । ଯେଉଁଠାରେ ତାଙ୍କ ପିତା ଏକ ଛୋଟ କାର୍ପେଟ ଷ୍ଟୋର ଆରମ୍ଭ କରିଥିଲେ । ବିଭାଜନ ପରେ ଭାରତ ଆସିଥିବା ଅସରାନୀଙ୍କୁ ସେତେବେଳେ ପ୍ରାୟ ୭ ବର୍ଷ ବୟସ ହୋଇଥିଲା ଏବଂ ଏହା ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ପରବର୍ତ୍ତୀ ସମୟରେ ଅନେକ ସାକ୍ଷାତକାରରେ ଏନେଇ ସେ ବୟାନ ମଧ୍ୟ ଦେଇଛନ୍ତି ।

Ramjeth malani

ଦେଶର ପ୍ରସିଦ୍ଧ ଓକିଲ ରାମ ଜେଠ୍‌ମାଲାନୀ ମଧ୍ୟ ସିନ୍ଧି ଥିଲେ । ଗତ ବର୍ଷ ତାଙ୍କର ପରଲୋକ ହୋଇଛି । ଜେଠ୍‌ମାଲାନୀଙ୍କ ଜନ୍ମ ବ୍ରିଟିଶ୍‌ ଶାସନ ଅଧୀନରେ ଶିଖରପୁର ସହରରେ ହୋଇଥିଲା । ଯାହା ଆଜିକାଲି ପାକିସ୍ତାନର ସିନ୍ଧି ପ୍ରାନ୍ତରେ ରହିଛି । ୧୯୨୩ ମସିହାରେ ଜନ୍ମ ହୋଇଥିବା ଜେଠ୍‌ମାଲାନି ପାକିସ୍ତାନରେ ଆଇନ ପ୍ରଫେସର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, କିନ୍ତୁ ୧୯୪୮ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କରାଚିରେ ଦଙ୍ଗା ଆରମ୍ଭ ହେବା ପରେ ଜେଠ୍‌ମାଲାନିଙ୍କୁ ପାକିସ୍ତାନ ଛାଡି ଭାରତ ଆସିବାକୁ ପଡିଥିଲା ।

Leave a Reply