ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ଅରବପତି ବିଲ ଗେଟ୍ସ

ପ୍ରେମରେ ନଥାଏ ବୟସର ବାଡ଼ ବନ୍ଧ । ଯେଉଁଠି ହୃଦୟ ମିଶେ ସେହିଠୁ ହିଁ ପ୍ରେମ ଆରମ୍ଭ । ଏଠି କିନ୍ତୁ କୌଣସି ସାମାନ୍ୟ ବ୍ୟକ୍ତି ନୁହେଁ ବରଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଏବେ ପୁଣି ଥରେ ପ୍ରେମରେ ପଡିଛନ୍ତି । ୬୭ ବର୍ଷ ବୟସରେ ଜଣେ ମିଷ୍ଟ୍ରିୟସ ଓମେନଙ୍କୁ ବିଲ ଗେଟସ ଡେଟ କରୁଛନ୍ତି ସୁପର ରିଚ୍ ।

ଲଭ୍ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅରବପତି ବିଲ୍ ଗେଟ୍ସ । ଏବେ ପାଲା ହେର୍ଡଙ୍କ ପ୍ରେମରେ ପଡିଯାଇଛନ୍ତି ବିଶ୍ବର ସୁପର ରିଚ୍ ମ୍ୟାନ । କୁହାଯାଉଛି ଯେ ସଫ୍ଟୱେର୍ କମ୍ପାନୀ ଓରାକଲର ସିଇଓ ସ୍ୱର୍ଗତ ମାର୍କ ହର୍ଡଙ୍କ ପତ୍ନୀ ପାଲା ହର୍ଡଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି ବିଲ୍ ଗେଟ୍ସ ।

ଏକ ରିପୋର୍ଟରୁ ଜଣପଡିଛି ଯେ ୬୭ ବର୍ଷୀୟ ବିଲ୍ ଗେଟ୍ସ ୬୦ ବର୍ଷୀୟ ପାଲା ହେର୍ଡଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଡେଟ୍ କରୁଛନ୍ତି । ଗତ ମାସରେ ମେଲବର୍ଣ୍ଣରେ ଚାଲିଥିବା ଅଷ୍ଟ୍ରେଲିଆନ ଓପନ ମ୍ୟାଚରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଆଉ ସେମାନେ ପାଖାପାଖି ବସି ଖେଳ ଦେଖୁଥିଲେ ।ଏକ ଗଣମାଧ୍ୟମ ରିପୋର୍ଟ ଦର୍ଶାଯାଇଥିଲା ଯେ, ସେମାନେ ଏକ ବର୍ଷରୁ ଅଧିକ ସମୟ ପ୍ରେମ ସମ୍ପର୍କରେ ଅଛନ୍ତି।

୨୦୧୯ରେ  ପାଓଲା ହର୍ଡଙ୍କ ସ୍ବାମୀ ମାର୍କ ହର୍ଡଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୧ରେ ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ୩୦ବର୍ଷ ଦାମ୍ପତ୍ୟ ଜୀବନରେ ବିରାମ ପଡ଼ିଥିଲା । ବିଲ୍ ଗେଟ୍ସର ଜଣେ ବନ୍ଧୁ କହିଛନ୍ତି ଯେ ପାଲାଙ୍କୁ ସବୁବେଳେ ରହସ୍ୟମୟ ମହିଳା ଭାବରେ ଦର୍ଶାଯାଇଥାଏ | କିନ୍ତୁ ପ୍ରକୃତରେ ଉଭୟ ଏବେ ଏକ ଭଲ ରୋମାଣ୍ଟିକ୍ ରିଲେସନସିପରେ ଅଛନ୍ତି ।