ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ନେଲେ ବିଲାୱଲ ଭୁଟ୍ଟୋ ଜର୍ଦାରୀ

1 min read

ଇସଲାମାବାଦ: ବୁଧବାର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ବୈଦେଶକ ମନ୍ତ୍ରୀ ଭାବେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲ୍ୱି ୩୩ ବର୍ଷୀୟ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କୁ ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ,  ସେଠାରେ ଶେହବାଜ୍‌ ସରିଫଙ୍କ ସମେତ ଅନ୍ୟ  ଅଫିସରମାନେ ଉପସ୍ଥିତ ଥିଲେ ।

ଏହା ପ୍ରଥମ ଥର ଯେତେବେଳେ, ବିଲାଓ୍ୱାଲଙ୍କୁ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ପ୍ରଦାନ କରାଯାଇଛି  ଏବଂ ଦେଶର ବୈଦେଶିକ ମନ୍ତ୍ରୀ ବିଭାଗ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେ ପ୍ରଥମେ ୨୦୧୮ରେ ନ୍ୟାସନାଲ ଆସେମ୍ବ୍ଲି ପାଇଁ ଚୟନ ହୋଇଥିଲେ ।

ତେବେ ଆମେରିକା ସହିତ ବିବାଦୀୟ ସମ୍ପର୍କକୁ ଠିକ୍‌ କରିବା ଏବଂ ଭାରତ ସହିତ ସୁସମ୍ପର୍କ ସ୍ଥାପନ କରିବା ନିହାତି ଭାବରେ ନବନିର୍ବାଚିତ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ଏକ ଗୁରୁଦାୟିତ୍ୱ ହେବ । ତେବେ ଗତ ଏକ ସପ୍ତାହ ପୂର୍ବରୁ ବିଲାଓ୍ୱାଲ ଲଣ୍ଡନରେ  (PML-N) ସୁପ୍ରିମୋଙ୍କୁ ସାକ୍ଷାତ କରିଥିଲେ ।  ତା’ର ଏକ ସପ୍ତାହ ପରେ ସେ ବୈଦେଶିକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।  ଏହି ସମୟରେ ସେ ପାକିସ୍ତାନର ରାଜନୈତିକ ସ୍ଥିତି ବିଷୟରେ ଚର୍ଚ୍ଚା କଲେ ।