ରାଜଧାନୀ ରାତିର ସତ କାହାଣୀ …

1 min read

ରାଜଧାନୀରେ ରାତି ଅଧରେ ସେଦିନ ଘଟିଗଲା ବଡ଼ ଘଟଣା । ଖୋଲା ବାଇକରେ, ଶାର୍ଟ ଖୋଲି, ଫୁଲ୍ ମାତାଲ୍ ଅବସ୍ଥାରେ ଟୁଳ୍ ଥିଲେ ରୋମିଓ ରାଜକୁମାର। ଯିଏ ଯାଉଛି ତାକୁ ଗାଳି କରୁଛନ୍ତି ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ । ଅଭିନେତ୍ରୀ ଜଣଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭିନେତ୍ରୀ ଜଣଙ୍କ କିଛି ସହଯୋଗୀ କଳକାରଙ୍କ ସହ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ହାଇଓ୍ୱେ ଉପରେ ଘେରିଥିଲେ ରୋଡ ରୋମିଓ । ଚଳନ୍ତା ବାଇକରେ ହାଇଓ୍ୱେରେ ଅଭିନେତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ସାର୍ଟ ଖୋଲି କାରର ଆଗେ ଆଗେ ଚାଲିଥିଲେ । କେତେବେଳେ କାର ସେମାନଙ୍କୁ ଓଭରଟେକ୍ କରିବାକୁ ଚେଷ୍ଚା କରୁଥିବା ବେଳେ ସେମାନେ ଆଗକୁ ଆସିଯାଉଥିଲେ । ହାତରେ ମଦ ବୋତଲ ଧରି ଗାଡିକୁ ଫିଙ୍ଗିବାକୁ ଚେଷ୍ଟା କରୁଥିଲେ । ହାଇଓ୍ୱେରେ ସୃଷ୍ଟି କରିଥିଲେ ଭୟର ବାତାବରଣ । ଓଡ଼ିଆ ଅଭିନେତ୍ରୀ ବି. ପରିଡାଙ୍କୁ ହଇରାଣ କରିଥିବା ସେ କହିଛନ୍ତି । ସୁଟିଂ ସାରି ଘରକୁ ଫେରୁଥିବା ବେଳେ ବରମୁଣ୍ଡା ଠାରୁ ନୟାପଲୀ ପର୍ଯ୍ୟନ୍ତ ରାସ୍ତାରେ ଅଭିନେତ୍ରୀଙ୍କୁ ହଇରାଣ କରିଛନ୍ତି । ଏପରିକି ମଦ ବୋତଲରେ ନିଆ ଲଗେଇ ଅଭିନେତ୍ରୀଙ୍କ ଉପରକୁ ଫିଙ୍ଗିବାକୁ ଉଦ୍ୟମ କରୁଥିଲେ । ଆଉ ଏ ସବୁ ଦୃଶ୍ୟକୁ ନିଜ ମୋବାଇଲରେ ସୁଟିଂ କରିଛନ୍ତି ଅଭିନେତ୍ରୀ ଜଣଙ୍କ । ଏନେଇ ସେହି ରାତିରେ ନୟାପଲ୍ଲି ଥାନା ପୋଲିସକୁ ଅବଗତ କରିଥିଲେ ଅଭିନେତ୍ରୀ । ମାତ୍ର ତାଙ୍କ କଥା କେହି ଶୁଣିନଥିବା ସେ କହିଛନ୍ତି । ')}

Leave a Reply