ବାଇକକୁ ଧକ୍କା ଦେଲା ବସ୍, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ
1 min read
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ଦୁର୍ଘଟଣା । ବସ୍ ଧକ୍କାରେ ବାଇକ ଆରୋହୀ ମୃତ । ସାଇନାଥ ନାମକ ଏକ ଘରଇ ବସ୍ ବାଇକକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇପଡ଼ିଥିଲେ ।
ପରେ ସ୍ଥାନୀୟ ଲୋକେ ତାଙ୍କୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ହେଲେ ପାଲଲହଡା ସିଗଡ଼ ଗାଁର ଶରତ ପ୍ରଧାନ I ଘଟଣା ସ୍ଥଳରେ ପୋଲିସ ପହଂଚି ବସ ଓ ବାଇକ କୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।