spot_img

Latest Posts

ଭୋଟିଂର ୭୨ ଘଣ୍ଟା ପୂର୍ବରୁ ହୋଇପାରିବନି ବାଇକ୍ ରାଲି: ନିର୍ବାଚନ ଆୟୋଗ

କୋଲକାତା: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ମତଦାନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଇକ୍ ରାଲି ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଏହି ସମୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗର ଫୁଲ୍ ବେଞ୍ଚ ବଙ୍ଗଳା ଗସ୍ତ କରିବ ।

ନିର୍ବାଚନ ଆୟୋଗର ଫୁଲ୍ ବେଞ୍ଚ ବଙ୍ଗଳା ଗସ୍ତ ପୂର୍ବରୁ ସୋମବାର ଦିନ ବଙ୍ଗଳାର ଡେପୁଟି ନିର୍ବାଚନ କମିଶନର ସୁଦୀପ ଜେନା ସୋମବାର ଦିନ ରାଜ୍ୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସୁଦୀପ ଜେନା ସିଧାସଳଖ ଉତ୍ତର ବଙ୍ଗଳାକୁ ଯିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୨୩ରେ ଆୟୋଗର ଫୁଲ୍ ବେଞ୍ଚ ଉତ୍ତର ବଙ୍ଗଳାକୁ ଯିବ। ଏହି ବେଞ୍ଚର ସଦସ୍ୟମାନେ ଉତ୍ତର ବଙ୍ଗଳାର ଜିଲ୍ଲାଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୖେଠକ କରିବେ।

ସେହିପରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେମାନେ ଦକ୍ଷିଣ ବଙ୍ଗଳାର ଜିଲ୍ଲାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ଏବଂ ଭୋଟ୍ ପ୍ରସ୍ତୁତି ସମ୍ବନ୍ଧରେ ବିଚାର ବିମର୍ଶ କରିବେ । ବଙ୍ଗଳାର ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ୨୬ ମାର୍ଚ୍ଚରେ ସେମାନେ ଦିଲ୍ଲୀ ଫେରିବ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଘୋଷଣା ପରେ ଏହା ଫୁଲ୍ ବେଞ୍ଚର ପ୍ରଥମ ଗସ୍ତ। ଗତ ଗସ୍ତ ସମୟରେ ମୁଖ୍ୟ ନିର୍ବାଚନ କମିଶନର ପଶ୍ଚିମବଙ୍ଗଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେପଟେ ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ଆଜି ବାଗଡୋଗରା ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ସେ  ଫୁଲ୍ ବେଞ୍ଚ ସହ ଏକ ବୈଠକରେ ଯୋଗଦେବେ ବୋଲି ଜଣାପଡିଛି।

Latest Posts

Don't Miss