ଚଳନ୍ତା ବାଇକ୍ ଉପରେ ଛିଡ଼ିଲା ବିଦ୍ୟୁତ୍ ତାର

1 min read

ଭଦ୍ରକ: ବ୍ରହ୍ମପୁର ପରେ ଭଦ୍ରକ । ପୁଣି ଗାଡ଼ିରେ ଲାଗିଲା ବିଦ୍ୟୁତ୍ ତାର । ବସ୍ ପରେ ବାଇକ୍ ଉପରେ ଛିଡ଼ି ପଡ଼ିଲା ତାର (L.T.) । ସାଉଥ୍ କୋ ପରେ ପୁଣି ସାମନାକୁ ଆସିଛି ନେସ୍କୋର ଖାମଖିଆଲି ମନୋଭାବ । ବିଦ୍ୟୁତ୍ ତାର ଛିଡ଼ି ଜଳିଯାଇଛି ବାଇକ୍ । ଅଳ୍ପକେ ବର୍ତ୍ତି ଯାଇଛି ୨ ଜୀବନ ।

ଘଟଣା ହେଉଛି ଚାନ୍ଦବାଲି- ଧାମରା ନିକଟ କଇଥଖୋଲା ବଜାରର । ଭୋରରୁ ୨ ଜଣ ବାଇକରେ ଯାଉଥିବା ବେଳେ ସେମାନଙ୍କ ଉପରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଥିଲା । ଫଳରେ ୨ ଜଣ କରେଣ୍ଟ ଝଟକା ଖାଇ ତଳକୁ ଛିଟିକି ପଡ଼ିଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଆଳରୁ ବସ୍ ଧରିବା ପାଇଁ ସୁରେନ୍ଦ୍ର ଜେନା ଓ ଦୁର୍ଯ୍ୟୋଧନ ରାଉଳ କଇଥଖୋଲା ଆସୁଥିଲେ ।୨ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାର ଲାଗି ବାଇକଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଗାଁ ଦାଣ୍ଡରେ ବାଇକ୍ ହୁତହୁତ୍ ହୋଇ ଜଳିବା ଦେଖି ଲୋକ ଭୟଭୀତ ହୋଇ ପଡ଼ିଥିଲେ । ଏଥିପାଇଁ ସ୍ଥାନୀୟ ଲୋକ ନେସ୍କୋକୁ ଦାୟୀ କରିଛନ୍ତି । ୨ ଜଣଙ୍କ ଜୀବନ ଚାଲି ଯାଇଥିଲେ ନେସ୍କୋ ଉତ୍ତରଦାୟୀ ରହିଥାନ୍ତା କି ବୋଲି ଲୋକ ପ୍ରଶ୍ନ କରିଛନ୍ତି ।

Leave a Reply