ଦିଲ୍ଲୀରେ ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ, ନାବାଳିକା ଛାତ୍ରୀଙ୍କୁ କଲେ ଏସିଡ୍ ଆଟାକ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ । ସାଉଥ ଦିଲ୍ଲୀ ଦ୍ବାରକା ଜିଲ୍ଲାରେ ସ୍କୁଲ ଯାଉଥିବା ବେଳେ ଛାତ୍ରୀଙ୍କୁ ଏସିଡ୍ ଆଟାକ୍ କରିଛନ୍ତି ଦୁର୍ବୃତ୍ତ । ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଦୁଇ ଦୁର୍ବୃତ୍ତ ନାବାଳିକାଙ୍କୁ ଏସିଡ ମାଡ କରିଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ପୀଡ଼ିତା ଓ ତାଙ୍କ ସାନ ଭଉଣୀ ସ୍କୁଲ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ଏସିଡ ମାଡ଼ କରିଥିଲେ । ଅଭିଯୁକ୍ତ ଦ୍ୱୟ ମୁହଁରେ କପଡ଼ା ବାନ୍ଧିଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି ।