ବାଇକ- ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ ,୩ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଏନଏଚ ୨୦୦ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାରେ ୨ ମୃତ ,୩ ଗୁରୁତର ।  ମୃତକ ହେଲେ ଗୋପାଳପୁର ଗ୍ରାମର ଯଦୁ ମୁଣ୍ଡା ଓ  ତଣ୍ଡ ଡୁମୁରିଆ ଗାଁର ମିତ୍ରଭାନୁ ବେହେରା ।ଯଦୁ ମୁଣ୍ଡା ସ୍କୁଟି ଯୋଗେ ପାଟଣା ଆଡୁ ଆସୁଥିବା ବେଳେ ମିତ୍ରଭାନୁ ବେହେରା ବାଇକ୍ ଯୋଗେ ଢେଙ୍କିକୋଟ ଆଡୁ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।