ବାଇକ୍ ସହ ଛେଳି ଧକ୍କା ହେବାରୁ ଛେଳି ମାଲିକଙ୍କୁ ହତ୍ୟା

Bike Accident With Goat, Man Killed Owner In Astarang

କୋଣାର୍କ: ବାଇକ୍ ସହ ଛେଳି ଧକ୍କାରୁ ଝଗଡ଼ା ପରେ ହତ୍ୟା । ଝିମିଟି ଖେଳରୁ ମହାଭାରତ ଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଗାଁରେ । ପାଟସୁନ୍ଦରପୁରର ଅକ୍ଷୟ ଛେଳି ଚରାଉବାକୁ ନେଉଥିଲେ । ଏହି ସମୟରେ ଗାଁର ଜଣେ ଯୁବକ ବାଇକ୍ ନେଇ ଯିବାବେଳେ ଛେଳି ସହ ଧକ୍କା ହୋଇଥିଲା । ଫଳରେ ଛେଳିଟି ଛୋଟା ହୋଇ ଯାଇଥିଲା ।

Bike Accident With Goat, Man Killed Owner In Astarang

ଏହାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ବାଇକ୍ ଚାଳକ ଜଣଙ୍କ ଏନେଇ ଘରେ କହିଥିଲେ । ପୂର୍ବରୁ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିଥିବା ବେଳେ ଆଜିର ଘଟଣା ପରେ ଆହୁରି ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଘର ଲୋକ । ଶରତ ଦାଶ, ତାଙ୍କ ପୁଅ କାଳିଆ ଓ ପରିବାରର ୪ ସଦସ୍ୟ ମିଶି ଅକ୍ଷୟଙ୍କୁ ନଦୀ କୂଳରେ ଆକ୍ରମଣ କରିଥିଲେ ।

ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ କନକ ମଧ୍ୟ ଆହତ ହୋଇଛନ୍ତି । ଅକ୍ଷୟ ଓ କନକଙ୍କୁ ମଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ହତ୍ୟାକାଣ୍ଡ ପରେ ଫେରାର୍ ହୋଇ ଯାଇଛନ୍ତି ଅଭିଯୁକ୍ତ ।

Leave a Reply