spot_img

Latest Posts

ରାଜ୍ୟ ସରକାରଙ୍କ ମାଗଣା ଟିକାକରଣକୁ ସ୍ୱାଗତ କରିଛି ବିଜୁ ଯୁବ ଜନତା ଦଳ

ଭୁବନେଶ୍ୱର: ଯୁବପିଢିଙ୍କୁ ନିଶୁକ୍ଲ ଟିକାକରଣ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛି ବିଜୁ ଯୁବ ଜନତା ଦଳ। ଏନେଇ ଦଳ ପକ୍ଷରୁ ଓ୍ବେବିନାର୍ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ ଯୁବ ବିଜେଡି ପକ୍ଷରୁ କୋଭିଡ୍ ହେଲପ୍ ଲାଇନ୍ ନମ୍ବର ଜାରି କରାଯିବ ଓ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଯୁବ ପିଢିଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ନିଷ୍ପତ୍ତି ଓ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇବା ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ୧୮ରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବପିଢି ମାନଙ୍କ ପାଇଁ ଟିକାକରଣ ନିମନ୍ତେ ୨ ହଜାର କୋଟିର ଆର୍ଥିକ ବ୍ୟୟବରାଦ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ସମ୍ମାନୀତ ଅତିଥି ରୂପେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଐତିହାସିକ ନିଷ୍ପତି ପାଇଁ ଭୂୟସୀ ପ୍ରଶଂସା କରିବା ସହ ଯୁବ ବିଜେଡିର ସମସ୍ତ କାର୍ଯ୍ୟକର୍ତାଙ୍କୁ କୋଭିଡ୍ ହେଲ୍ପଲାଇନ ନମ୍ୱର ଜାରି କରାଯିବା ସମ୍ବଦ୍ଧୀୟ ବିସ୍ତୃତ ଖସଡ଼ା ପ୍ରଦାନ କରିଥିଲେ ।

ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କୋଭିଡ୍ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

 

 

Latest Posts

Don't Miss