spot_img

Latest Posts

‘ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲକ୍ଷ୍ୟ’

ଭୁବନେଶ୍ବର: ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲକ୍ଷ୍ୟ। ତାଙ୍କ ସ୍ବପ୍ନ ସାକାର କରିବା ଲାଗି ଜାରି ରହିଛି ଉଦ୍ୟମ। ୨୦୦୦ରୁ ୨୦୨୪ ବିଜେଡି ସରକାର ଅମଳରେ ରାଜ୍ୟର ହୋଇଥିଲା ବହୁଳ ବିକାଶ। ତାଙ୍କ ଆଦର୍ଶ ଆଜି ପାଥେୟ ହୋଇଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଆୟୋଜିତ ସଭାରେ ଯୋଗ ଦେଇ ନବୀନ କହିଛନ୍ତି- ବିଜୁବାବୁଙ୍କ ସମୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲା। ବର୍ତ୍ତମାନ ଇତିହାସକୁ ବଦଳାଇବା ଲାଗି ଚାଲିଛି ହୀନ ଉଦ୍ଯମ। ଇତିହାସ ପରିବର୍ତ୍ତନ ହୋଇପାରିବ ନାହିଁ। ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ହେବ। ଏଥିଲାଗି ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ ବୋଲି କହିଛନ୍ତି ନବୀନ ।

ଏହା ସହ ବିଜେଡିର ଅନ୍ୟ ନେତା ମଧ୍ୟ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ । ତାଙ୍କ ଷଡ଼ଯନ୍ତ୍ରକାରୀ ଏହା କରାଇ ଦେଲେନାହିଁ । କିନ୍ତୁ ସେ ସମସ୍ତଙ୍କୁ କ୍ଷମା କରି ଦେଇଛନ୍ତି । ବିଜେପି ସରକାର ତାଙ୍କ ନାଁକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ନାଁରେ ଯୋଜନାକୁ ଲିଭାଇଦେବାକୁ ଉଦ୍ୟମ କରୁଛନ୍ତି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ିବାକୁ ପଛାଉ ନାହାନ୍ତି। ସୁନାକୁ ଯେତେ ପୋଡ଼ିଲେ ସେ ଚମକିବ । ବିଜୁ ପଟ୍ଟନାୟକଙ୍କୁ ଲୋକଙ୍କ ମନରୁ ଲିଭେଇ ପାରିବେନି ବୋଲି କହିଥିଲାେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

 

Latest Posts

Don't Miss