୨ଟି ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ, ଆଉ କେଇ ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ଚିତ୍ର

1 min read

ବାଲେଶ୍ୱର, ତିର୍ତ୍ତୋଲ : ବାଲେଶ୍ୱର ଉପନିର୍ବାଚନରେ ୧୬ ରାଉଣ୍ଡ ଗଣତି ଶେଷ ହୋଇଛି । ୧୬ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ 3713, ଭାଜପା ପ୍ରାର୍ଥୀ ମାନସ ଦତ୍ତ ୫୦,୨୦୧ ଖଣ୍ଡ ଏବଂ ବିଜେଡି ପ୍ରାର୍ଥୀ ସ୍ୱରୂପ ଦା, ୫୬,୩୦୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସ୍ୱାଧୀନ ଭାବେ ଲଢୁଥିବା ବେଣୁଧର ବାରିକ -୫୮୪ ଖଣ୍ଡ ଏବଂ ନୋଟା ୪୦୭ ଖଣ୍ଡ ଭୋଟ ପାଇଛି । ସେହିପରି ତିର୍ତ୍ତୋଲରେ ୧୫ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୫୦,୫୦୩ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୨୭୪୬୦ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ମଲ୍ଲିକ ୧୩,୩୪୪ ଖଣ୍ଡ ଭୋଟ୍ ପାଇଛନ୍ତି । ଏବେ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ୨୩,୦୪୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

bihar women voter

ଉଲ୍ଲେଖଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

Leave a Reply