spot_img

Latest Posts

ଆଶୀର୍ବାଦ ପାଲଟିଲା BSKY, ଦୃଷ୍ଟିଶକ୍ତି ଫେରିପାଇଲେ ବୃଦ୍ଧା

ସୁନ୍ଦରଗଡ଼: ଗରିବଙ୍କ ପାଇଁ ଆଶୀର୍ବାଦ ପାଲଟିଛି ବିଜୁ ସ୍ବାସ୍ଥ୍ୟକାର୍ଡ। ମାଗଣାରେ ହୋଇଛି ବୃଦ୍ଧାଙ୍କ ଆଖିର ଆତ୍ସୋପ୍ରଚାର। ବାର୍ଦ୍ଧକ୍ୟ ଯୋଗୁ ସୁନ୍ଦରଗଡ଼ ଜିଲ୍ଲାର ସୁରୁଗୁଡା ଗାଁର ଟିକେଶ୍ବରୀ ବାଗଙ୍କ ଆଖିକୁ ଦେଖାଯାଉନଥିଲା  । ଡାକ୍ତର ଆଖି ଅତ୍ସୋପ୍ରଚାର କରିବାକୁ କହିଥିଲେ  । ହେଲେ ଗରିବୀ ସାଜିଥିଲା ବାଧକ  । ଟଙ୍କା ଅଭାବ ଯୋଗୁ ଆଖି ଅପରେସନ କରି ପାରୁନଥିଲେ ଟିକେଶ୍ବରୀ ।

ହେଲେ ଟିକେଶ୍ବରୀଙ୍କୁ ସାହା ହୋଇଛି BSKY ସ୍ମାର୍ଟ କାର୍ଡ। କାର୍ଡ ଜରିଆରେ ରାଉରକେଲାର ଜୟ ପ୍ରକାଶ ହସ୍ପିଟାଲରେ ମାଗଣାରେ ଆଖି ଅପରେସନ କରି ସୁସ୍ଥ ହୋଇଛନ୍ତି ଟେକେଶ୍ବରୀ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

BSKY ଯୋଗୁ ସେ ପୁଣି ନିଜ ଦୃଷ୍ଟିଶକ୍ତି ଫେରିପାଇଥିବା କହିଛନ୍ତି। ଖାଲି ଟିକେଶ୍ଵରୀ ନୁହନ୍ତି ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଗରିବ ରୋଗୀ ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଫାଇଦା ଉଠାଇଛନ୍ତି।

BSKY କାର୍ଡ ଜରିଆରେ ଘରୋଇ ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୟ ପ୍ରକାଶ ହସ୍ପିଟାଲ ପକ୍ଷରୁ ୨୨୫ ଟି ସ୍ଥାନରେ ମାଗଣା  ଆଖି ଚିକିତ୍ସା ଶିବିର ଆୟୋଜନ କରାଯାଇ ୭୦ ହଜାର ଜଣଙ୍କ ଆଖି ଚିକିତ୍ସା କରାଯାଇଛି। ଏହାସହ ୩୫ ହଜାରରୁ ଅଧିକ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି।

Latest Posts

Don't Miss