ଭୁବନେଶ୍ୱରରେ ପହଞ୍ଚିବ ବିଜୁବାବୁଙ୍କ ଡାକୋଟା; ଆଉ କିଛି ସମୟର ଅପେକ୍ଷା…

ଭୁବନେଶ୍ୱର: ଓଡ଼ିଶାରେ ଡାକୋଟା। ଆଉ କିଛି ସମୟ ମଧ୍ୟରେ ଭୁବନେଶ୍ବରରେ ପହଞ୍ଚିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ, କଟକ ଅତିକ୍ରମ କରିଛି ବିଜୁଙ୍କ ବାହନ। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଆସୁଛି ଡାକୋଟା।
ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣୁଛନ୍ତି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର । ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।
ତେବେ ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଉଛି । ଏନେଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।