ସମସ୍ତଙ୍କୁ ପକ୍କା ଘର ଥିଲା ବିଜୁଙ୍କ ସ୍ୱପ୍ନ: ନବୀନ
1 min readଭୁବନେଶ୍ୱର: A decent roof over the head of every citizen of my state. ଅର୍ଥାତ ସମସ୍ତଙ୍କ ପାଇଁ ପକ୍କା ଘର ଥିଲା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା । ଆଉ ଏହି ଦିଗରେ ଅନେକ ବାଟ ଆଗେଇଛି ରାଜ୍ୟ । ଏ ପର୍ଯ୍ୟନ୍ତ ୨୫ ଲକ୍ଷ ହତିାଧିକାରୀଙ୍କୁ ପକ୍କା ଘର ଦିଆଯାଇଛି । ଆଗାମୀ ୪ ବର୍ଷ ଭିତରେ ଆଉ ୨୦ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ୨୦ ଲକ୍ଷ ପକ୍କା ଘର ପାଇଁ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଆହୁରି କହିଛନ୍ତି, ମୋ ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରେ । ପକ୍କା ଘର ଯୋଗ୍ୟତା କାର୍ଡ ପାଇଁ ସମସ୍ତଙ୍କୁ ମୋର ଶୁଭେଚ୍ଛା । ମୋର ବିଶ୍ୱାସ , ଆପଣମାନେ ଠିକ୍ ସମୟରେ ଘର ତିଆରି କରିବେ ଏବଂ ଓଡ଼ିଶାର ସବୁ କଚ୍ଛା ଘରକୁ ପକ୍କା କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବେ ।
ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ମୋ ସରକାର ବିଭିନ୍ନ ପଦକ୍ଷେପ ନେଇଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ସାଧାରଣ ଲୋକ ହିଁ ମାଲିକ । ବିଜୁ ବାବୁ ସବୁବେଳେ ସାଧାରଣ ଲୋକର ହକ୍କୁ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସଭାବରେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ।