spot_img

Latest Posts

ସମାଧାନ ନ ହେଲେ ଆଗକୁ ଭୟାବହ ସ୍ଥିତି : ବିଜୟ ମହାପାତ୍ର

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଜମିଜମା ସଂଶୋଧନକୁ ବ୍ଯାପକ ଅସନ୍ତୋଷ ରହିଛି। ଯାହାକୁ ନେଇ ଏସବୁ ଘଟଣା ଘଟୁଛି। ଏହାର ସମାଧାନ ନ ହେଲେ ଆଗକୁ ସ୍ଥିତି ଭୟାବହ ହେବ। ମାଲକାନଗିରି ଗୋଟିଏ ପ୍ରତିନିଧି ଦଳ ଆସି ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି। ବୋଧୁହୁଏ ସେମାନେ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବେ। ସରକାର ତୁରନ୍ତ ଅଧିକାରୀ ସ୍ତରରେ ଏହାର ସମାଧାନର ରାସ୍ତା ବାହାର କରନ୍ତୁ। ଜମିଜମା ସମସ୍ଯା ଅଚିରେ ଦୂର କରିବା ପାଇଁ ରାଜ୍ଯ ସରକାର ତୁରନ୍ତ ଏକ କମିଶନ ଗଠନ କରନ୍ତୁ ବିଜୟ ପରାମର୍ଶ ଦେଇଛନ୍ତି। କେବଳ ଜମିଜମା ସମସ୍ଯା ଦୂର କରିବା ପାଇଁ ଅନ୍ତତଃ ବର୍ଷେ ସମୟ ଲାଗିଯିବ। ସେଇ ସମସ୍ଯାଟି ସମାଧାନ ହୋଇଗଲେ ବଙ୍ଗଳା ଶରଣାର୍ଥୀ ଯେଉଁମାନେ ଏଠି ରହିଛନ୍ତି ସେମାନଙ୍କ ସମସ୍ଯା ବି ଦୂର ହୋଇଯିବ। ସେହିପରି ଆଦିବାସୀଙ୍କ ସମସ୍ଯା ବି ରହିବନି। ସରକାର ଘଟଣାଟିକୁ ଗୁରୁତର ସହ ନେବା ଉଚିତ। ଓଡ଼ିଶାରେ ଏପରି ଘଟଣା କେବେ ବି ଘଟିନଥିଲା। ଜିଲ୍ଲାପାଳ ଓ ଏସପିଙ୍କ ସାମ୍ନାରେ କିପରି ହଜାର ହଜାର ଘର ଜଳିବ। ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ଯ ହେଉଛି। ଏ ପର୍ଯ୍ଯନ୍ତ ପରିସ୍ଥିତି ସୁଧୁରିନି। ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି। କେତେବେଳେ ଆହୁରି ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇପାରେ।

Latest Posts

Don't Miss