୨୮୫ଟି ବୁଥରେ ଭୋଟ ଦେବେ ବିଜେପୁରବାସୀ, ପ୍ରଶାସନର ବ୍ୟାପକ ବ୍ୟବସ୍ଥା

1 min read

ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।  ନିର୍ବାଚନକୁ ଅବାଧ ଓ ଶୃଙ୍ଖଳିତ ପରିଚାଳନା ପାଇଁ ହୋଇଛି ବ୍ୟବସ୍ଥା । ବିଜେପୁରରେ ଭୋଟ୍ ଗ୍ରହଣ ପାଇଁ ୨୮୫ଟି ପୁଲିଂ ବୁଥ୍ କରାଯାଇଛି। ଏହା ମଧ୍ୟରୁ ପ୍ରଶାସନ ୧୩୫ଟି ବୁଥକୁ ସଂବେଦନଶୀଳ ଚିହ୍ନଟ କରିଛି । ଏହି ସମସ୍ତ ସଂବେଦନଶୀଳ ବୁଥରେ ସୁରକ୍ଷା ବନ୍ଦୋବସ୍ତ ସହ ସବୁଠି ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ହୋଇଛି । ୭ଟି ବୁଥରେ ୱେବ କାଷ୍ଟିଂ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୬ଟି ବୁଥରେ ହେବ ଭିଡିଓଗ୍ରାଫି । ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ । ମୋଟ୍ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୨୪ରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ୨୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।… ')}

Leave a Reply