କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବକ୍ସର ବିଜେନ୍ଦ୍ର ସିଂହ

ନନ୍ଦିଘୋଷ ବ୍ୟୁରୋ: ପୁଣି କଂଗ୍ରେସକୁ ଝଟକା । ଦଳ ଛାଡ଼ିଲେ ବକ୍ସର ବିଜେନ୍ଦ୍ର ସିଂହ । ସେ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ତେବେ ସେ ବିଜେପିରେ ସାମିଲ ହେବା ପରେ ୨୧ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀ ପୋଷ୍ଟ କରିଥିବା ଏକ ଲେଖା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜେନୖତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଯେଉଁଥିରେ ରାହୁଲ ଗାନ୍ଧୀ ଲେଖିଥିଲେ କି, ‘ଆଜି ଜଣେ ଯୁବକ ମୋତେ ଏହି ଭିଡିଓ ପଠାଇଛନ୍ତି। ଏବେ ଦ୍ୱନ୍ଦ୍ୱ ଏବଂ ଭୟର ଏକ ୱେବ୍ ଯୋଗ କରି ସତ୍ୟ ବାହାରକୁ ଆସୁଛି | ଏଥର ‘ପ୍ରଚାରର ପାପା’ ନିଜର କ୍ରୋଧ ହରାଇବାକୁ ଯିବ ନାହିଁ; ଜନସାଧାରଣ ତାଙ୍କୁ ଦର୍ପଣ ଦେଖାଇବାକୁ ପ୍ରସ୍ତୁତ |