ମେଡିକାଲରୁ ଡିସଚାର୍ଜ ହେବ ବୋରୱେଲରୁ ଉଦ୍ଧାର କନ୍ୟା ବିଜୟିନୀ

ସମ୍ବଲପୁର: ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ବିଜୟିନୀ ଆଜି ମେଡିକାଲରୁ ଡିସଚାର୍ଜ ହେବ । ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଡିସଚାର୍ଜ ପରେ ଶିଶୁ ଗୃହକୁ ଯିବ ବିଜୟିନୀ । ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ ।

ଗତ ମାସ ୧୨ତାରିଖରେ ଲାରିପାଲି ନିକଟରେ ବୋରଓ୍ବେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ। ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫ରୁ ୬ ଘଣ୍ଟା ପରେ ତାକୁ ବୋରଓ୍ବେଲରେ ଫିଙ୍ଗି ଦେଇଥିଲା ତାର ଜନ୍ମକଲା ମା । କଅଁଳା ଶିଶୁର କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଥିଲେ। ଏନେଇ ଖବର ପୁଲିସକୁ ଖବର ଦେଇଥିଲେ । ଏହା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା । ବୋରଓ୍ବେଲରୁ ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଥିଲା । ପରେ ଶିଶୁକନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।