spot_img

Latest Posts

କରୋନା ପ୍ରତି ଲୋକଙ୍କର ଡର ରହିବା ଦରକାର, କାରଣ ଅନେକ ଦେଶରେ ଏବେ ବି ବଢ଼ୁଛି କରୋନା

ଭୁବନେଶ୍ୱର: ବିଦେଶରେ କରୋନା ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। କହିଛନ୍ତି, କରୋନା ପ୍ରତି ଲୋକଙ୍କ ଡର ରହିବା ଆବଶ୍ୟକ। କାରଣ ଅନେକ ଦେଶରେ କମ୍‌ ଟିକାକରଣ ଏବଂ ଲୋକଙ୍କ ଭିଡ଼ ପାଇଁ ସଂକ୍ରମଣ ବଢୁଛି। ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ବିଦେଶରେ ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ କାଲାଣି। କରୋନା ଆରମ୍ଭ ବେଳେ ଚୀନ ଓ ୟୁରୋପ ଦେଶଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପରେ ଭୂତାଣୁ ଭାରତ ଆସିଥିଲା। ଏଣୁ ପୁଣି ସ୍ଥିତି ବିଗିଡ଼ିବା ପୂର୍ବରୁ ସମସ୍ତେ ସଚେତନ ହେବା ସହ ସମାଜରେ କରୋନା ପ୍ରତି ଡର ରହିବା ଆବଶ୍ୟକ।

ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସର୍ଭେଲାନ୍ସ କଡ଼ାକଡ଼ି ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ଲୋକଙ୍କୁ ସରକାର ସଚେତନ କରୁଛନ୍ତି। ସମସ୍ତେ କରୋନା ଟିକାର ଦୁଇଟି ଡୋଜ ନିଅନ୍ତୁ। ଯଦି କୌଣସି କାରଣରୁ କିଛି ଲକ୍ଷଣ ଦେଖାଯାଏ ତେବେ ଟେଷ୍ଟ କରନ୍ତୁ। ଏହାଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ଚାରି ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ରଖିପାରିବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

Latest Posts

Don't Miss