ଅଧିକ ସଂକ୍ରମିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ଳାନ୍: ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତି ଆପଣାଇବ ସ୍ୱାସ୍ଥ୍ୟ ବିଭାଗ । ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଥିବାରୁ ଏଣିକି ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଫୋକସ୍ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କେବଳ ସେତିକି ନୁହେଁ, ବିଭିନ୍ନ ବସ୍ତି ଅଞ୍ଚଳ, ଯେଉଁଠି ସଂକ୍ରମଣ ବଢୁଛି, ,ସେସବୁ ସ୍ଥାନରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି । ଧିରେ ଧିୀରେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଭୁବନେଶ୍ୱର, ମୟୂରଭଞ୍ଜ, ଓ ଅନ୍ୟ ୩ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଁ ଚିନ୍ତାର କାରଣ । ଆଜି ପଜିଟିଭ ହାର ୩ପ୍ରତିଶତକୁ କମିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ପଜିଟିଭ ହାର ୧୭ ପ୍ରତିଶତ ରହିଛି ।
ସେପଟେ ଯେଉଁଠି କରୋନା ସଂକ୍ରମିତ ଅଧିକ ଚିହ୍ନଟ ହେଉଛନ୍ତି, ସେହି ସ୍ଥାନକୁ ସ୍ୱତନ୍ତ୍ର ରାଜ୍ୟ ସରକାର ଫୋକସ୍ କରିଛନ୍ତି । ସଂକ୍ରମଣ ବଢିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଜିଲ୍ଲା ଉପକୂଳରେ ସଂକ୍ରମଣ ବଢୁଥିବାରୁ ୪ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଙ୍ଗରୋଧର ବ୍ୟବସ୍ଥା କରୁଛନ୍ତି ସରକାର ।

ଏଥିସହିତ ପଢ଼ନ୍ତୁ: ଶିଶୁକନ୍ୟାକୁ ନିର୍ଯାତନା ଦେଇ ସାବତ ମାଆ ସହ ବାପା ଗିରଫ

Leave a Reply