ମହାପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ ସରକାର: ବିଜୟ ମହାପାତ୍ର

1 min read

ନନ୍ଦିଘୋଷ ବ୍ୟୁରୋ: ପୁରୀ ଅଘଟଣ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ସମାଲୋଚନା। କହିଛନ୍ତି, ଯାହା ପୁରୀରେ ଘଟିଲା ଏଭଳି ଘଟଣା କେବେ ଘଟି ନଥିଲା। ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏହା ଘଟିଛି। ଓଡ଼ିଶା ସାରା ଭାରତରେ ଲଜ୍ଜିତ ଓ ନିନ୍ଦିତ ହେଲା। ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁନାହାନ୍ତି। ଯାହା ସବୁ ଘଟଣା ଘଟୁଛି ମହାପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ। ଗତକାଲିର ଘଟଣା ଆହୁରି ଆଘାତ ଦେଇଛି। ମନ୍ଦିର ପ୍ରଶାସନର ଭୁଲ ପାଇଁ ଏହା ହୋଇଛି। ୧୨ଟା ୨୦ ରାତିରେ ପହଡ଼ କରିବାକୁ କିଏ ନିର୍ଦ୍ଦେଶ ଦେଲେ। ଦର୍ଶନ ହୋଇ ପାରିଲା ନାହିଁ। ରାତି ଦୁଇଟାରେ ଵି ଭକ୍ତ ଯାଆନ୍ତି। ଦର୍ଶନ ପାଇଁ ମାିତ୍ର ୩୦ ହଜାର ଲୋକ ଥିଲେ। ବାହାରେ ଥିବା ଲୋକଙ୍କ ପାଖରେ ପୋଲିସ କନଷ୍ଟେବଲ ଵି ଜଣେ ନଥିଲେ। କାହାକୁ ଦାୟିତ୍ୱ ଦିଆଯାଉଇଛି।ସରକାର ପ୍ରକୃତ ନ୍ୟାୟ କରିବାକୁ ଚାହୁଁନାହାନ୍ତି। ଆଇନ ମନ୍ତ୍ରୀ କହୁଛନ୍ତି ତଦନ୍ତ ହେବ। ପୂର୍ବ ବର୍ଷ ରଥଯାତ୍ରାରେ ରଥରୁ ବଳଭଦ୍ର ପଡିଯିବା ଘଟଣାର ତଦନ୍ତ ରିପୋର୍ଟ ଆସିଲାନି। ଏବେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉନି। ହାଇକୋର୍ଟଙ୍କୁ ଅନୁରୋଧ କରୁଛି ବିଚାରପତିସ୍ତରୀୟ ତଦନ୍ତ ହେବ। ଘଟଣାରେ ଜିଲ୍ଲାପାଳ ଓ SP ସମ୍ପୂର୍ଣ୍ଣ ଦାୟୀ। ସରକାର ଆଗ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ। ବଳଭଦ୍ରଙ୍କ ରଥ ତିନି ଥର ଡାହାଣ ମୋଡ଼ ନେଲା। ଦାୟିତ୍ବରେ ଥିଲେ ପୁରୀ SP। ୧୯୭୮ ମସିହା ଘଟଣା ପରେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ନନ୍ଦିଘୋଷ ଦାୟିତ୍ୱରେ ଜିଲ୍ଲାପାଳ, ବଳଭଦ୍ରଙ୍କ ରଥ ଦାୟିତ୍ୱରେ SP ଓ ସୁଭଦ୍ରାଙ୍କ ରଥ ଦାୟିତ୍ୱ ADMଙ୍କର। ୩ ଯନ୍ତ୍ରୀ ଓ ସେବାୟତ ରହିବେ। ପୁରୀ SP ବୋଧହୁଏ ନଥିଲେ। ପୂର୍ଣ୍ଣାଙ୍ଗ ତଦନ୍ତ ହେବା ଦରକାର। ଯେଉଁ ଅଫିସରଙ୍କ ରଥଯାତ୍ରା ଅନୁଭୂତି ଅଛି ସେମାନେ ଭୁବନେଶ୍ୱରରେ ଅଛନ୍ତି। ଅଭିଜ୍ଞତା ନଥିବା ADG, DGଙ୍କୁ ଦାୟିତ୍ୱ ଦିଆଗଲା। ଡିଜିପି ୨୦୦ ବାଟାଲିୟନ କଥା କହିଥିଲେ। ସେ ଫୋର୍ସ ସବୁ କେଉଁଠି ଥିଲେ। ପହଣ୍ଡି ଭିତରେ ୫ ହଜାର ପାସ୍ କେମିତି ଦିଆଗଲା। କର୍ଡନ ପାସ ବି ୫ ହଜାର ଦିଆଗଲା। ରଥଟଣା ଆରମ୍ଭରୁ ପାସ ଦିଆଯାଇଥିବା ଲୋକଙ୍କୁ ବାହାର କରିବା କଥା।…