ସୁଶାନ୍ତ ସିହଂ ରାଜପୁତ ମୃତ୍ୟୁ ପ୍ରସଙ୍ଗ: ସିବିଆଇ ତଦନ୍ତ ପାଇଁ ସୁପାରିସ କଲେ ବିହାର ସରକାର

1 min read

ପାଟନା: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗର ସିବିଆ ତଦନ୍ତ ପାଇଁ ବିହାର ସରକାର ସୁପାରିସ କରିଛନ୍ତି ବିହାର ସରକାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିସ କରିଛନ୍ତି ।  ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ କେ ସିଂହ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସହ କଥା ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋର ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କ ସହ ଆଲୋଚନା ହୋଇଥିଲା ।ତାଙ୍କର ଦାବି ଅନୁସାରେ ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବେ । ଆଜି ସଂଧ୍ୟା ସୁଧା ଆବଶ୍ୟକ ସମସ୍ତ ସରକାରୀ କାମ ସରିବ । ପିତାଙ୍କ କହିବା ପରେ ହିଁ ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇ ପାରିବ । ଆଜି ସିବିଆଇ ତଦନ୍ତ ସମ୍ବନ୍ଧିୟ ସମସ୍ତ କାଗଜ ପତ୍ର କେନ୍ଦ୍ରକୁ ପଠାଇ ଦିଆଯିବ । ଏତଲା ପରେ ବିହାର ପୋଲିସ ମାମଲାର ତଦନ୍ତ ପାଇଁ ମୁମ୍ବାଇକୁ ଟିମ୍ ପଠାଇଥିଲା । ତେବେ ମହାରାଷ୍ଟ୍ର ସରକାରଙ୍କ ପଟୁ କୌଣସି ସହଯୋଗ ମିଳିନଥିଲା । ଏପରିକି ଆଗୁଆ ସୂଚନା ସତ୍ୱେ ଜଣେ ଆଇପିଏସ ଅଧିକାରୀଙ୍କୁ ଯେମିତି କ୍ୱାରେଣ୍ଟାଇନ୍ କରାଗଲା ତାହା ଠିକ୍ ବ୍ୟବହାର ନଥିଲା ।

nitish

ନୀତିଶ ଆହୁରି ମଧ୍ୟ କହିଛନ୍ତି ୟେ, ଆମ ଉପରେ ଚାରିପଟୁ ସିବିଆଇ ତଦନ୍ତ ପାଇଁ ଚାପ ପଡୁଥିଲା । ଯାହା ସ୍ୱଭାବିକ ଥିଲା । କିନ୍ତୁ ଯଦି ଆମେ ନିଜ ତରଫରୁ ଏହା କରିଥାନ୍ତୁ ତେବେ ଏହାକୁ କେମିତି ନିଆଯାଇଥାନ୍ତା ତାହା କୁହାଯାଇ ପାରିବ ନାହିଁ । କିନ୍ତୁ ଯଦି ସୁଶାନ୍ତଙ୍କ ପିତା ଚାହିଁବେ ତେବେ ଆମେ ନିଶ୍ଚିତ ଭାବେ ସୁପାରିସ କରିବୁ । ଆଜି ହିଁ ସୁଶାନ୍ତଙ୍କ ପିତା ସିବିଆଇ ତଦନ୍ତ ପାଇଁ କହିଛନ୍ତି ଓ ଆମେ ସିବିଆଇ ତଦନ୍ତ ପାଇଁ ସୁପାରିସ କରିବୁ ।

Leave a Reply